Latest Odisha News

ମୁମ୍ବାଇ ଡ୍ରଗ୍ସ ମାମଲାରେ ଓଡ଼ିଆଙ୍କ ଲିଙ୍କ୍

ଭୁବନେଶ୍ୱର: ଫିଟୁଛି ମୁମ୍ବାଇ ଡ୍ରଗ୍ସ ମାମଲାର ଗୁମର । ଡ୍ରଗ୍ସ କାରବାରରେ ଜଣେ ଓଡ଼ିଆଙ୍କ ଲିଙ୍କ୍ ଥିବା ନେଇ ଚର୍ଚ୍ଚା ହେଉଛି । ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏନ୍‌ସିବି ହାତରେ ସାଂଘାତିକ ତଥ୍ୟ । ତାଙ୍କ ନାଁ ହେଉଛି ଅବୁଦୁଲ କାଦିର୍ । ଜୁହୁରେ ରହୁଥିଲେ ଅବୁଦୁଲ୍ । କ୍ରୁଜରେ ଡ୍ରଗ୍ସ ଯୋଗାଇବା ଅଭିଯୋଗରେ ଅବଦୁଲଙ୍କୁ ଗିରଫ କରିଛି ଏନସିବି । ସେପଟେ ଗିରଫ ଅଭିଯୁକ୍ତଙ୍କଠାରୁ ତଥ୍ୟ ଉଗାଳୁଛି ଏନସିବି । କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି ।

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଓଡ଼ିଶାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ୍‌ ୧୧ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଛନ୍ତି । ତାଙ୍କ ଫୋନରୁ କିଛି ଆପତ୍ତିଜନକ ତଥ୍ୟ ମିଳିଥିବା ଏନସିବି ଯୁକ୍ତିି ବାଢିଥିବାବେଳେ ଆରୟନଙ୍କ ଓକିଲ ମାନସିଂହ ଦେ ତାଙ୍କ ସପକ୍ଷରେ ଗୋଟେ ପରେ ଗୋଟେ ଦଲିଲ ଉପସ୍ଥାପନ କରିଚାଲିଛନ୍ତି ।

Comments are closed.