Latest Odisha News

BREAKING NEWS

ମଦ ୟୁନିଟରେ ଆୟକର ଚଢାଉ ବେଳେ ମୁହାଁମୁହିଁ ହେଲେ ବିଜେପି-ବିଜେଡି

ସୁନ୍ଦରଗଡ: ବିଜେପି ବିଧାୟିକା କୁସୁମ ଟେଟେ ଅଭିଯୋଗ କରିଛନ୍ତି ଯେ ଆୟକର ବିଭାଗ ତଦନ୍ତ କରୁଥିବା ମଦ ଉତ୍ପାଦନ ୟୁନିଟର ଜମି ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ ମା’ ଓ ଭାଇଙ୍କ ମାଲିକାନାରେ ଥିଲା। ତେବେ ଏହି ଦାବିକୁ ଯୋଗେଶ ସିଂହ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଯଦି ସେ ତାଙ୍କ ବୟାନକୁ ପ୍ରତ୍ୟାହାର ନକରନ୍ତି ତେବେ ଟେଟେଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଛନ୍ତି।

ଭୁବନେଶ୍ୱର, ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ ଓ ସୁନ୍ଦରଗଡ଼ ସମେତ ଓଡ଼ିଶାର ବିଭିନ୍ନ ମଦ ଉତ୍ପାଦନକାରୀଙ୍କ ସମ୍ପତ୍ତି ଉପରେ ଆୟକର ଚଢ଼ଉର ଦ୍ୱିତୀୟ ଦିନରେ ଟେଟେ ଏହି ଅଭିଯୋଗ ଆଣିଛନ୍ତି। ଟିକସ ଫାଙ୍କି ଅଭିଯୋଗରେ ଏହି ଚଢାଉ କରାଯାଇଛି।

ଟେଟେ ଦାବି କରିଛନ୍ତି ଯେ ଏହି ୟୁନିଟର ଜମି ଯୋଗେଶ ସିଂହଙ୍କ ମା’ଙ୍କ ନାମରେ ପଞ୍ଜିକୃତ ହୋଇଛି। ସିଂହ ଏହି ଅଭିୟୋଗକୁ ଖଣ୍ଡନ କରିଛନ୍ତି। ୟୁନିଟ୍ ମାଲିକଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ଥିବା ବେଳେ ବ୍ୟବସାୟରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ ଟେଟେଙ୍କ ଅଭିଯୋଗକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ କହିଛନ୍ତି ବିଧାୟିକା ହେବା ପୂର୍ବରୁ ବିଧାୟିକା ନିଜେ ଦେଶୀ ମଦ କାରବାରରେ ଲିପ୍ତ ଥିଲେ।

ଓଡ଼ିଶାରେ ମଦ ଶିଳ୍ପରେ ଟିକସ ଫାଙ୍କି ସମସ୍ୟାର ସମାଧାନ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଆୟକର ବିଭାଗର ଚଢାଉ ଜାରି ରହିଛି। ଓଡିଶାର ୨୦ଟି ସ୍ଥାନରେ, ଝାଡଖଣ୍ଡର ୨ଟି ସ୍ଥାନରେ, କୋଲକତାର ୨ଟି ସ୍ଥାନରେ ଏକକାଳୀନ ତଦନ୍ତ କରାଯାଉଛି। ତଦନ୍ତ ବେଳେ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ଆଉ ନୋଟ୍ ଗୁଡିକୁ ବ୍ୟାଙ୍କ ନେଇ ଗଣିବା ପାଇଁ ଆଇଟି ବିଭାଦ ବ୍ୟବସ୍ଥା କରିଛି। ଗୋଟିଏ ଟ୍ରକରେ ଟ୍ରଙ୍କ ସହିତ ୧୫୦ ବ୍ୟାଗ ଭର୍ତି ଥିବା ନୋଟ୍ ଜବତ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.