Latest Odisha News

ନକଲି ଭାବି ଅସଲି ପୋଲିସଙ୍କୁ ମାଡ଼; ୭ ଅଧିକାରୀ ଗୁରୁତର

କନ୍ଧମାଳ: ନକଲି ଭାବି ଅସଲି ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗାଁରେ।

ସୂଚନାନୁସାରେ, ଫୁଲବାଣୀ ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗାଁରେ ଗଞ୍ଜେଇ କାରବାର ଚାଲୁଥିବା ନେଇ ପୋଲିସକୁ ଖବର ମିଳିଥିଲା । ଖବରଅନୁଯାୟୀ ପୋଲିସ ଉକ୍ତ ଗାଁରେ ଚଢାଉ କରିବାକୁ ଆସିଥିଲା । ମାତ୍ର ସାଧା ପୋଷାକରେ ଚଢାଉ କରିବାକୁ ଆସିଥିବା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ସ୍ଥାନୀୟଲୋକଙ୍କ ରୋଷର ଶୀକାର ହୋଇଥିଲେ । ଉତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରମଣରେ ୭ ଏସ୍‌ଟିଏଫ ଅଫିସର ଆହତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଘଟଣାସଂପର୍କରେ ଜାଣିବା ପରେ ସଦର ଥାନା ପୋଲିସ ପହଞ୍ଚି ଏସାଇଟି ଟିମକୁ ଉଦ୍ଧାର କରିବା ସହ ସମସ୍ତ ଅଧିକାରୀଙ୍କ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ଵର ସ୍ଥାନାନ୍ତର କରାଇଛି।

Leave A Reply

Your email address will not be published.