ଭୁବନେଶ୍ୱର: କରୋନା ସଂକ୍ରମଣରେ ଏଯାବତ୍ ଓଡିଶାରେ ୧୩୯୧୨୧ ସଂକ୍ରମିତ ହୋଇଥିବା ବେଳେ ମୋଟ ୫୯୧ ଜଣଙ୍କର ମୃତ୍ୟୁ ଘଟିଛି।
ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏଯାଏଁ ୫୪ ଜଣ ଆଗଧାଡିର କରୋନା ଯୋଦ୍ଧା ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୧ ଜଣ ଡାକ୍ତର ଏବଂ ବହୁ ଶିକ୍ଷକ/ଶିକ୍ଷୟିତ୍ରୀ ରହିଛନ୍ତି।
ଆହୁରି ମଧ୍ୟ କରୋନା ମୃତ୍ୟୁ ସଂଖ୍ୟାର ଅଧା ସଂଖ୍ୟା ଗତ ଏକ ମାସ ମଧ୍ୟରେ ଚିହ୍ନଟ ହୋଇଥିବା ଉକ୍ତ ରିପୋର୍ଟରେ ପ୍ରକାଶ କରାଯାଇଛି।
ଏହି ଭାଇରସ ପାଖାପାଖି ୬,୩୨୯ ଫ୍ରଣ୍ଟଲାଇନ (ଆଗଧାଡିର) କର୍ମଚାରୀଙ୍କୁ ସଂକ୍ରମିତ କରିଛି। ଯେଉଁଥିରେ ଡାକ୍ତର, ନର୍ସ, ପାରାମେଡିକ୍ସ, ଶିକ୍ଷକ, ଆଶା ଏବଂ ଅଙ୍ଗନୱାଡି କର୍ମଚାରୀ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀ ରହିଛନ୍ତି।
ଏପରିକି ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ୪,୩୫୧ ଜଣ ସୁସ୍ଥ ଥିବାବେଳେ ୧,୯୨୪ ଜଣ ଚିକିତ୍ସିତ ହେଉଛନ୍ତି। ତନ୍ମଧ୍ୟରୁ ୧୨୦୦ରୁ ଅଧିକ ମାମଲା କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛି।
ଦିନକୁ ଦିନ କୋଭିଡ ଯୋଦ୍ଧା ଏବଂ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ହେଉଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ଏହା ଛଡ଼ା ସରକାରୀ କାର୍ଯ୍ୟାଳୟରେ କୋଭିଡ ନିୟମ କଡାକଡି ପାଳନ ପାଇଁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
Comments are closed.