Latest Odisha News

BREAKING NEWS

ସୁରଟରୁ ୧୪ ଦିନ ସାଇକେଲ ଚଳାଇ ଓଡିଶା ଫେରିଲେ ଯୁବକ

ବୁଗୁଡ଼ା: ସୁରଟରୁ ସାଇକେଲ ରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି ବୁଗୁଡ଼ା ବ୍ଲକର ଜଣେ ଯୁବକ। ବୁଗୁଡ଼ା ବ୍ଲକ ଏ କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଉକ୍ତ ଯୁବକ ଗାଁରେ ପହଞ୍ଚିଥିଲେ।

ଲକଡାଉନ ଯୋଗୁଁ ସେଠାରେ ଖାଇବା ଓ ରହିବାରେ ଅସୁବିଧା ହେବାରୁ ସୁରଟରୁ ସାଇକେଲ ଚଳାଇ ୧୪ ଦିନରେ ଆସି ଗାଁରେ ପହଞ୍ଚିଛନ୍ତି, ଦୁର୍ଯ୍ୟୋଧନ ପ୍ରଧାନ ।

ସେ ଆସିବା ବେଳେ ବହୁ ସମସ୍ୟା ଦେଇ ବହୁ କଷ୍ଟରେ ଗାଁରେ ପହଞ୍ଚିବାରେ ସକ୍ଷମ ହୋଇଥିବା କହିଛନ୍ତି। ଗାଁରେ ପହଞ୍ଚିବା ପରେ ଗାଁଲୋକଙ୍କ ବିରୋଧ ଯୋଗୁ ସେ ଗାଁ ଭିତରକୁ ପଶିପାରି ନଥିଲେ।

ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେବା ପରେ ଦୁର୍ଯ୍ୟୋଧନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ନେଇ ରଖିଛନ୍ତି। ତାଙ୍କର ସ୍ୱାବ ପରୀକ୍ଷା କରାଯିବ ସହ ତାଙ୍କୁ ଏହି ୧୪ ଦିନ ଏଠାରେ ରଖାଯିବ ବୋଲି ସରପଞ୍ଚ କହିଛନ୍ତି।

Leave A Reply

Your email address will not be published.