ଭୁବନେଶ୍ୱର: ଗଣିତଜ୍ଞ ପ୍ରଫେସର ହରେକୃଷ୍ଣ ପଣ୍ଡା ୭୮ ବର୍ଷ ବୟସରେ ଭୁବନେଶ୍ୱରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଏପ୍ରିଲ ୨୩ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
୧୯୪୬ ମସିହା ମେ ୧୨ରେ ବାଲେଶ୍ୱରର ବାହାନଗା ଅଞ୍ଚଳର ପଣ୍ଡାସୁଣିରେ ଜନ୍ମଗ୍ରହଣ କରିଥିଲେ। ସେ ଚାରି ଭାଇ ଏବଂ ଚାରି ଭଉଣୀଙ୍କ ମଧ୍ୟରେ ବଡ଼ ଥିଲେ। ସେ ୧୯୭୩ ମସିହାରେ ରାଉରକେଲାର ଏନଆଇଟିରୁ ଟୋପୋଲୋଜିରେ ପିଏଚଡି ସମାପ୍ତ କରିବା ପୂର୍ବରୁ ବାଲେଶ୍ୱର ଜିଲ୍ଲା ସ୍କୁଲ, ଏଫଏମ କଲେଜ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ସେ ଏନଆଇଟି-ଆର, ରେଭେନ୍ସା କଲେଜ, ବିଜେବି କଲେଜରେ ଅଧ୍ୟାପନା କରିଥିଲେ। ୨୦୦୫ ମସିହାରେ ଖଲିକୋଟ କଲେଜର ଏମସିଏ ବିଭାଗର ଏଚଓଡି ଭାବରେ ଅବସର ନେଇଥିଲେ।
ତେବେ ତାଙ୍କ ପରିବାରରେ ଦୁଇ ଝିଅ, ଡକ୍ଟର ଅଞ୍ଜନା ପଣ୍ଡା ଏବଂ ପ୍ରୀତିନନ୍ଦା ପଣ୍ଡା ଅଛନ୍ତି। ଯେଉଁମାନେ କି ନ୍ୟୁ ଜର୍ସିର ବାସିନ୍ଦା। ସୂଚନା ଅନୁଯାୟୀ ତାଙ୍କର ଶେଷକୃତ୍ୟ ଭୁବନେଶ୍ୱରରେ ସମ୍ପନ୍ନ ହୋଇଥିଲା।
Comments are closed.