Latest Odisha News

BREAKING NEWS

ଖାତା ମୂଲ୍ୟାଙ୍କନରେ କରୋନା ସୁରକ୍ଷା ଗାଇଡଲାଇନ ପାଳନ କରିବ ଓଡିଶା ମାଟ୍ରିକ ବୋର୍ଡ

ଭୁବନେଶ୍ୱର: ଓଡିଶାରେ କରୋନାଭାଇରସକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ଗାଇଡଲାଇନ ଅନୁଯାୟୀ ମାଟ୍ରିକ ପରୀକ୍ଷା ଖାତାର ମୂଲ୍ୟାଙ୍କନ କରାଯିବ ।

ସୋମବାର ଦିନ ଭିଡିଓ କଂଫ୍ରେନ୍ସିଂ ଜରିଆରେ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଅଧ୍ୟକ୍ଷ ରାମାଶିଶ ହାଜରା କହିଛନ୍ତି କି, ମାର୍ଚ୍ଚ ୧୯ ତାରିଖରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ସକାଳ ୮ଟା ୩୦ରୁ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ଉତ୍ତର ଖାତାର ମୂଲ୍ୟାଙ୍କନ ହେବ ।

ମୂଲ୍ୟାଙ୍କନ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ପରସ୍ପର ଠାରୁ ପାଖାପାଖି ୬ ଫୁଟ ଦୂରରେ ବସିବେ । ଯଦି କାହାକୁ ଜ୍ୱର, କାଶ, ଛିଙ୍କ ହେଲେ, ସେମାନଙ୍କୁ ଖାତାଦେଖାରୁ ଅବ୍ୟାହତି ଦିଆଯିବ ।

ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷ ଏହା ବି କହିଛନ୍ତି କି, ଚଳିତ ବର୍ଷ ସବୁ ବିଷୟର ଖାତାଦେଖା ଏକାଥରେ ହେବ ନାହିଁ । ପ୍ରତିଦିନ ୩ଟି ପର୍ଯ୍ୟାୟରେ ପରୀକ୍ଷା ଖାତା ଦେଖାଯିବ ।

Leave A Reply

Your email address will not be published.