Latest Odisha News

BREAKING NEWS

ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ଫଳ

କଟକ: ଆଜି (ମଙ୍ଗଳବାର) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୯ ବର୍ଷର ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଏକ ପ୍ରେସମିଟରେ ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ ଆରା ବେଗମ୍ କହିଛନ୍ତି, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଏବଂ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ସକାଳ ୯ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

“ପରୀକ୍ଷା ଫଳ ଦୁଇଟି ୱେବସାଇଟ ମାଧ୍ୟମରେ ମଧ୍ୟ ପ୍ରକାଶିତ ହେବ, ସେହି ଦୁଇଟି ୱେବସାଇଟ ଗୁଡ଼ିକ ହେଲା –  www.bseodisha.nic.in ଏବଂ www.bseodisha.ac.in ” ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ଯେଉଁ ସ୍ଥାନଗୁଡ଼ିକରେ ଇଣ୍ଟରନେଟ୍ ସେବାର ଉପଲବ୍ଧ ନାହିଁ ସେହି ସ୍ଥାନ ଗୁଡ଼ିକରେ ଛାତ୍ରଛାତ୍ରୀମାନେ  OR10 <ROLL NO> ଏସଏମଏସ କୁ ୫୬୭୬୭୫୦ କୁ ପଠାଇ ନିଜର ପରୀକ୍ଷାଫଳ ଜାଣିପାରିବେ ।

ଏହା ବ୍ୟତୀତ, ବୋର୍ଡ଼ ପକ୍ଷରୁ ଦୁଇଟି ହେଲ୍ପଲାଇନ ନମ୍ବର ଉପଲବ୍ଧ ରହିବ, ସେହି ଫୋନ ନମ୍ବର ଗୁଡ଼ିକ ହେଲା – ୦୬୭୧-୨୪୧୨୦୫୯/୨୪୧୨୦୬୦ । ଏହି ହେଲ୍ପଲାଇନ ନମ୍ବର ଦ୍ୱାରା ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ପରୀକ୍ଷା ଫଳାଫଳ ସମ୍ପର୍କୀୟ ଅଭିଯୋଗ କରି ପାରିବେ ।

ଏଠାରେ ସୂଚନାଯୋଗ୍ୟ, ସମୁଦାୟ ୫,୮୭,୭୮୦ ଛାତ୍ରଛାତ୍ରୀ ଏଥର ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫେବୃଆରୀ ୨୨ରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.