Latest Odisha News

BREAKING NEWS

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ, ସେପଟେ ବିଳମ୍ବ ହୋଇପାରେ +୨ ରେଜଲ୍ଟ

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଆସନ୍ତା ଜୁଲାଇ ୩୧ ତାରିଖ ମଧ୍ୟରେ ପ୍ରକାଶ ପାଇବ । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ମନ୍ତ୍ରୀ କହିଛନ୍ତି, ‘ଖାତା ମୂଲ୍ୟାୟନ ଶେଷ ହୋଇଛି । ଟାବୁଲେସନ ଚାଲିଛି । ତେଣୁ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବାର ଆଶା ରହିଛି । ’

ସେପଟେ ଯୁକ୍ତ ଦୁଇ ମୂଲ୍ୟାୟନ ଶେଷ ହୋଇ ନ ଥିବାରୁ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହେଉଥିବା ମନ୍ତ୍ରୀ କହିଛନ୍ତି । ସଟ୍ ଡାଉନ ଯୋଗୁଁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରକୁ ଆସିପାରୁନାହାନ୍ତି । ତେଣୁ ମୂଲ୍ୟାୟନ ଶେଷ ହୋଇପାରୁନାହିଁ । ଏ ନେଇ ମୁଖ୍ୟ ଶାସନଙ୍କୁ ଚିଠି ଲେଖିବେ ବୋଲି ସେ କହିଛନ୍ତି । ଏଥି ସହ କିପରି ଶୀଘ୍ର ମୂଲ୍ୟାୟନ ହୋଇପାରିବ ସେ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ।

Leave A Reply

Your email address will not be published.