Latest Odisha News

BREAKING NEWS

ଚଳିତ ମାସ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ !

ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ମୂଲ୍ୟାୟନ କାର୍ଯ୍ୟ ଜୋରସୋରରେ ଚାଲିଛି । ଠିକ୍ ସମୟରେ ରେଜଲ୍ଟ ପ୍ରକାଶ ନେଇ ପ୍ରୟାସ କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ । ରେଜଲ୍ଟରେ ଅସନ୍ତୋଷ ଛାତ୍ରଛାତ୍ରୀ ସ୍ଥିତି ସୁଧୁରିବା ପରେ ପରୀକ୍ଷା ଦେଇ ପାରିବେ ।

ସେହିପରି ଆସନ୍ତା ମତାରିଖରୁ ରାଜ୍ୟରେ ଆରମ୍ଭ ହେବ ନବନ ଓ ଦଶମ ଶ୍ରେଣୀ ପାଠପଢ଼ା । ୟୁ-ଟ୍ୟୁବ୍ ମାଧ୍ୟମରେ ସକାଳ ୧୦.୪୫ରୁ ଦିନ ୧ଟା ଯାଏ କ୍ଲାସ୍ ଚାଲିବ । ସୋମବାରରୁ ଶୁକ୍ରବାର ଅନଲାଇନରେ ପାଠ ପଢ଼ା ହେବ । ପ୍ରତିଦିନ ରହିବ ୪ ଟି ପିରିୟଡ୍ । ପ୍ରତି କ୍ଳାସ ୩୦ ମିନିଟ ଲେଖାଏ ଚାଲିବ । ସବୁ ଜିଲା ଶିକ୍ଷା ଅଧିକାରୀ ପାଠପଢ଼ାର ଆନୁସାଙ୍ଗିକ ବ୍ୟବସ୍ଥା କରିବେ । କୋରୋନା କାଳରେ ସ୍କୁଲ କେବେ ଖୋଲିବ ସେନେଇ ଅନିଶ୍ଚିତତା ଲାଗି ରହିଛି ।

Leave A Reply

Your email address will not be published.