Latest Odisha News

ଆଜିଠୁ ଦଶମ ସମ୍ମେଟିଭ-୧ ପରୀକ୍ଷା

କଟକ: ଆଜିଠୁ ମାଟ୍ରିକ ପ୍ରଥମ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ  ହୋଇଛି । ରାଜ୍ୟରେ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ନିମନ୍ତେ ଏହି ପରୀକ୍ଷା ଦେଉଛନ୍ତି । ଏଥିପାଇଁ ବୌର୍ଡ ପକ୍ଷରୁ ୩୦ ଜିଲ୍ଲାରେ ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନ ସକାଳ ୯ଟାରେ ଛାତ୍ରଛାତ୍ରୀ ମାନେ ସେଣ୍ଟର ଭିତରକୁ ପ୍ରବେଶ କରିଛନ୍ତି। ଅନ୍ୟଦିନମାନଙ୍କରେ ୯ଟା ୧୫ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ ।

ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ । କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଲାଗିବ । ପ୍ରଥମ ଦିନ ଇଂରାଜୀ ପରୀକ୍ଷା ହେବ । ୨୫ରେ ଗଣିତ, ୨୬ରେ ଓଡିଆ, ୨୮ରେ ସାଧାରଣ ବିଜ୍ଞାନ, ୨୯ ତାରିଖରେ ସାମାଜିକ ବିଜ୍ଞାନ, ୩୦ ତାରିଖରେ ହିନ୍ଦୀ/ସଂସ୍କୃତରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କପି ରୋକିବାକୁ ୩୬ଟି ସେଣ୍ଟ୍ରାଲ ସ୍କ୍ୱାଡ୍ ବୋର୍ଡ ଦ୍ୱାରା ଗଠିତ ହୋଇଥିବାବେଳେ ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ୭୪ଟି ସ୍କ୍ୱାଡ୍ ରହିଛନ୍ତି ।

ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୩୧୬ଟି ନୋଡାଲ ସେଣ୍ଡରର ବ୍ୟବସ୍ଥା କରାଯାଇଛି । ମାଓ ଅଞ୍ଚଳରେ ଯେପରି ପ୍ରଶ୍ନପତ୍ର ସୁରକ୍ଷିତ ରହିବ, ସେଥିପାଇଁ ୨୨ଟି ଥାନାରେ ନୋଡାଲ ସେଣ୍ଟରର ବ୍ୟବସ୍ଥା ହୋଇଛି । ସେଥିରୁ କନ୍ଧମାଳରେ ୭, କୋରାପୁଟରେ ୫ ଓ ମାଲକାନଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର ରହିଛି ।

Leave A Reply

Your email address will not be published.