Latest Odisha News

BREAKING NEWS

ଖୁବଶିଘ୍ର ବଢିପାରେ ଓମଫେଡ଼ କ୍ଷୀର ଦର !

ଭୁବନେଶ୍ୱର: ଓଡ଼ିଶାରେ ଖୁବଶିଘ୍ର ରାଜ୍ୟ ସରକାର ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡ଼େରେସନ (ଓମଫେଡ଼)ର ଉତ୍ପାଦିତ କ୍ଷୀର ଦାମ୍ ବୃଦ୍ଧି କରିପାରନ୍ତି ବୋଲି ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ।

ଏସମ୍ପର୍କରେ ମନ୍ତ୍ରୀ ସୂଚନାଦେଇ କହିଛନ୍ତି ଯେ, କେତେକ ଘରୋଇ କ୍ଷୀର କମ୍ପାନୀ ଗୁଡ଼ିକ ଦର ବୃଦ୍ଧି କରିଥିବା ଯୋଗୁଁ ସରକାର ବାଧ୍ୟ ହୋଇ ଓମଫେଡ଼ ଦୁଗ୍ଦ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ।

“ଏନେଇ ଓମଫେଡ଼ ପକ୍ଷରୁ ଦୁଗ୍ଧ ଦର ବୃଦ୍ଧି କରିବା ଲାଗି ଏକ ପ୍ରସ୍ତାବ ଦିଆଯାଇଛି ଏବଂ ସରକାର ଏପରି ଏକ ଦର ଧାର୍ଯ୍ୟ ରଖିବାକୁ ଚାହୁଁଛନ୍ତି ଯେଉଁ ଦର ଉଭୟ ଖାଉଟୀ ଏବଂ ଦୁଗ୍ଧ ଚାଷୀମାନଙ୍କୁ ସୁହାଉଥିବ,” ଏହା କହିଛନ୍ତି କୃଷିମନ୍ତ୍ରୀ ।

Comments are closed.