Latest Odisha News

ଶୀତ ଲହରି: ରାଜ୍ୟରେ ୧୪ ଡିଗ୍ରୀ ତଳେ ୧୪ ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଛି । ଧୀରେ ଧୀରେ ବଢୁଛି ଶୀତ । ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ସେହିପରି ୧୦ ଡିଗ୍ରୀ ସେଲସିୟସ ତଳେ ଦୁଇଟି ସହର ଫୁଲବାଣୀ ଓ ଦାରିଙ୍ଗିବାଡ଼ିର ତାପମାତ୍ରା ରହିଛି । ଫୁଲବାଣୀରେ ୯ ଓ ଦାରିଙ୍ଗିବାଡ଼ିରେ ରେକର୍ଡ କରାଯାଇଛି ୯.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା । ୧୨ ଡିଗ୍ରୀ ସେଲସିୟସ ଭିତରେ ଭବାନୀପାଟଣା (୧୦.୫) ଅନୁଗୁଳ (୧୦.୬) ତାଳଚେର (୧୧.୭) ତାପମାତ୍ରା ରହିଛି ।

ଝାରସୁଗୁଡା ୧୨.୨, ସୁନ୍ଦରଗଡ ୧୨.୫, କେନ୍ଦୁଝର ୧୨.୬, ବଲାଙ୍ଗିର ୧୨.୮, କୋରାପୁ ହୀରାକୁଦ ଓ ସମ୍ବଲପୁରରେ ୧୩.୬ ଏବଂ ବୌଦ୍ଧରେ ସର୍ବନିମ୍ନ ତାପମାତ୍ରା ୧୩.୫ଡ଼ିଗ୍ରୀ ସେଲସିୟସ ରେକର୍ଡ କରିଛି ପାଣିପାଗ କେନ୍ଦ୍ର । କଟକ ୧୪.୮ ଓ ଭୁବନେଶ୍ୱର ତାପମାତ୍ରା ୧୬.୯ ଡ଼ିଗ୍ରୀ ସେଲସିୟସ ରହିଛି ।

ଶୀତ ଲହରି ବଢୁଥିବା ବେଳେ ଘନ କୁହୁଡ଼ି ବି ପଡୁଛି । ବୌଦ୍ଧ ଓ ସୋନପୁରରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ପାରାଦୀପ ଓ କୋରାପୁଟରେ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ତିନି ଚାରି ଦିନ ରାଜ୍ୟରେ ଶୀତ ଲହରି ଜାରି ରହିବ ।

Leave A Reply

Your email address will not be published.