Latest Odisha News

BREAKING NEWS

ଓଡ଼ିଶାର ଖଣିକୁ ମିଶାଇ ୧୨ଟି ଖଣିର ନିଲାମ କଲେ ସରକାର

ଭୁବନେଶ୍ୱର: ଓଡ଼ିଶାର ଗୋଟିଏ ଖଣି ସମେତ ଦେଶର ମୋଟ୍‌ ୧୨ଟି ଖଣିର ନିଲାମ କରିଛି କୋଇଲା ମନ୍ତ୍ରଣାଳୟ । ଏଥିରେ ଆଠଟି ସମ୍ପୂର୍ଣ୍ଣ ଅନ୍ୱେଷଣ ଏବଂ ଚାରୋଟି ଆଂଶିକ ଅନ୍ୱେଷଣ ହୋଇଥିବା କୋଇଲା ଖଣି ସାମିଲ ରହିଛି ।

ଏହି ଖଣିଗୁଡ଼ିକ ମହାରାଷ୍ଟ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ ଏବଂ ଓଡ଼ିଶାରେ ରହିଛି।

ନିଲାମ ହୋଇଥିବା କୋଇଲା ଖଣି ମଧ୍ୟରେ ଓଡ଼ିଶାର ସରଧାପୁର ଜଲତାପ ପୂର୍ବ କୋଇଲା ଖଣି ସାମିଲ ରହିଛି । ଏଥିରେ ମୋଟ୍‌ ଭୂତାତ୍ତ୍ୱିକ ଭଣ୍ଡାର ୩୨୫୭.୮୯ ମେଟ୍ରିକ୍‌ ଟନ୍‌ ରହିଛି । ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର୍‌ ଲିମିଟେଡକୁ ଏହି ଖଣି ନିଲାମ ଦିଆଯାଇଛି। ନିଲାମ ହୋଇଥିବା ନୂତନ ଖଣିଗୁଡ଼ିକ ପାଖାପାଖି ୩,୩୩୦ କୋଟି ଟଙ୍କାର ବାର୍ଷିକ ରାଜସ୍ୱ ସୃଷ୍ଟି କରିବ (ଆଂଶିକ ଭାବେ ଅନ୍ୱେଷଣ କରାଯାଇଥିବା ଖଣିଗୁଡ଼ିକୁ ବାଦ ଦେଇ) ଏବଂ ପାଖାପାଖି ୨,୩୧୯ କୋଟି ଟଙ୍କାର ପୁଞ୍ଜି ନିବେଶ ଆକୃଷ୍ଟ କରିବ ବୋଲି ଆକଳନ କରାଯାଇଛି। ଏହାବ୍ୟତୀତ ଏହି ଖଣିଗୁଡ଼ିକ ୨୦,୯୦୨ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଅପରପକ୍ଷରେ ନିଲାମ ୧୨ଟି ଖଣି ସାମଗ୍ରିକ ଭାବେ ପ୍ରାୟ ୫,୭୫୯.୨୩ ନିୟୁତ ଟନର ଭୂଗର୍ଭ ଭଣ୍ଡାର ରହିଛି। ଏଥିରେ ଆଂଶିକ ଅନ୍ୱେଷଣ କରାଯାଇଥିବା ଖଣିକୁ ଛାଡ଼ି ମୋଟ ସର୍ବାଧିକ କ୍ଷମତା (ପିଆଇସି) ବାର୍ଷିକ ୧୫.୪୬ ନିୟୁତ ଟନ୍‌ ରହିଛି। ଏହି ନିଲାମୀରୁ ୩୬.୨୭ ପ୍ରତିଶତର ପ୍ରଭାବଶାଳୀ ହାରାହାରୀ ରାଜସ୍ୱ ଅଂଶଧନ ହାସଲ କରାଯାଇଛି।

ସୂଚନାଯୋଗ୍ୟ, କୋଇଲା ମନ୍ତ୍ରଣାଳୟ ଗତ ଡିସେମ୍ବର ୫ ତାରିଖରେ ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣିଗୁଡ଼ିକର ଏକାଦଶ ପର୍ଯ୍ୟାୟ ନିଲାମୀ ଆରମ୍ଭ କରିଥିଲା। ଯାହା କୋଇଲା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।

୨୦୨୦ରେ ବାଣିଜ୍ୟିକ କୋଇଲା ଖନନ ଆରମ୍ଭ ହେବା ପରଠାରୁ କୋଇଲା ମନ୍ତ୍ରଣାଳୟ ମୋଟ ୧୨୫ଟି କୋଇଲା ଖଣି ନିଲାମ କରିଛି। ଯାହାର ମିଳିତ ଉତ୍ପାଦନ କ୍ଷମତା ବାର୍ଷିକ ୨୭୩.୦୬ ନିୟୁତ ଟନ୍ । କହିବାକୁ ଗଲେ, ଏହି ଖଣିଗୁଡ଼ିକ ବାର୍ଷିକ ୩୮,୭୬୭ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି କରିବ। ୪୦,୯୬୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆକୃଷ୍ଟ କରିବ ଏବଂ ପାଖାପାଖି ୪,୬୯,୧୭୦ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ସେହିପରି ଆର୍ଥିକ ବର୍ଷ ୨୦୨୩-୨୪ ରେ କୋଇଲା ଉତ୍ପାଦନ ୧୨.୫୫ ଏମଟି ଥିଲା ଏବଂ ଆର୍ଥିକ ବର୍ଷ ୨୦୨୪-୨୫ ରେ ଏହା ୨୨.୩୫ ଏମଟି କୁ ବୃଦ୍ଧି ପାଇଛି। ଯାହା ୭୮.୧୪ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି।

 

 

Comments are closed.