Latest Odisha News

BREAKING NEWS

ବିଧାୟକଙ୍କୁ ଲାଗିଲା କାଳିସୀ; ସୋସିଆଲ୍ ମିଡିଆରେ ବଢିଲା ଚର୍ଚ୍ଚା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ ଗ୍ରାମରେ ଜଣେ ବିଧାୟକଙ୍କ ଦେହରେ କାଳିସୀ ଲାଗିବା ଘଟଣା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଠମଲ୍ଲିକ ଆମ୍ବସରମୁଣ୍ଡା ଗ୍ରାମରେ ରବିବାର ଦିନ ଶାମ୍ବ ଦଶମୀ ପୂଜା ଚାଲୁଥିବା ବେଳେ ଏଭଳି ଘଟଣା ଘଟିଥିଲା । ଗଣ୍ଡ ସମାଜର ଜାତି ଦେବୀଙ୍କ ପୂଜା ଲାଗି ଘଣ୍ଟ ଶଙ୍ଖ ଓ ବାଦ୍ୟର ତାଳେ ତାଳେ ମାଙ୍କ ଶୋଭାଯାତ୍ରା ଚାଲିଥିଲା ।  ସେହି ଶୋଭାଯାତ୍ରାରେ ଆଠମଲ୍ଲିକ ବିଧାୟକ ରମେଶ ସାଏ ମଧ୍ୟ ସାମିଲ ଥିଲେ । ଯିଏକି ବିଧାୟକ ହେବାପାଇଁ ନିକଟ ଅତୀତରେ ସରକାରୀ ଚାକିରୀରୁ ଇସ୍ତଫା ଦେଇଥିଲେ ।

ହଠାତ ଶୋଭାଯାତ୍ରା ଚାଲିଥିବା ବେଳେ ବିଧାୟକ ହଲିବାରେ ଲାଗିଥିଲେ । ତଳେ ପଡିଯିବା ପୂର୍ବରୁ ଦୁଇଜଣ ତାଙ୍କୁ ସମ୍ଭାଳି ନେଇଥିଲେ । ହେଲେ ବିଧାୟକ କାଳିସି ଭଳି ହଲି ଚାଲିଥିଲେ । ଏହା ଦେଖି ଗଣ୍ଡ ସମାଜର ଲୋକ ବିଧାୟକଙ୍କ ଦେହରେ ସ୍ୱୟଂ ମା ଉଭା ହୋଇଛନ୍ତି ଭାବି ତାଙ୍କୁ ପୂଜାର୍ଚ୍ଚନା କରିବାରେ ଲାଗିଥିଲେ । ତାଙ୍କୁ ଧୂପ ଦ୍ୱୀପ , ଫୁଲ ଚନ୍ଦନ ଦେଇ ପୂଜା କରିବା ସହ ମନାସିବାରେ ଲାଗିଥିଲେ ।

ପାଖାପାଖି ୨ ଘଣ୍ଟା ଯାଏଁ ଏଭଳି ଦୃଶ୍ୟ ଦେଖାଯାଇଥିଲା ବେଳେ ପରେ ବିଧାୟକ ସ୍ୱାଭାବିକ ସ୍ଥିତିକୁ ଫେରିଥିଲେ ବୋଲି ସୁତ୍ରରୁ ପ୍ରକାଶ ।

ତେବେ ବିଧାୟକଙ୍କ ଦେହରେ ଏଭଳି କାଳିସୀ ଲାଗିବା ଘଟଣାକୁ କିଛି ବ୍ୟକ୍ତି ନିନ୍ଦା କରିବା ସହ ଏହା ଆଦିବାସୀଙ୍କୁ ପ୍ରଲୋଭିତ କରିବା ଲାଗି ଏକପ୍ରକାର ହୀନ ଯୋଜନା ବୋଲି କହିଛନ୍ତି ।

Leave A Reply

Your email address will not be published.