କେନ୍ଦ୍ରାପଡା: ନୂଆଦିଲ୍ଲୀରେ କାର୍ଯ୍ୟରତ ଜଣେ ଓଡିଆ ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଖବର ମିଳିବା ପରେ ଆଳି ଥାନା ଅନ୍ତର୍ଗତ ବାଳକାଟୀ ପଞ୍ଚାୟତର ବଡଙ୍କୋ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ମୃତ ବ୍ୟକ୍ତିଙ୍କ ନାମ ନରେନ୍ଦ୍ର ସ୍ୱାଇଁ ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନାନୁସାରେ, ୪୩ ବର୍ଷିୟ ଏହି ବ୍ୟକ୍ତି ଜଣକ ନୋଏଡାର ମର୍ନା ସେକ୍ଟର -୩୫ ରେ ରହୁଥିଲେ ଏବଂ ସେଠାରେ ଏକ କମ୍ପାନୀରେ କାମ କରୁଥିଲେ। ଦେଶବ୍ୟାପୀ ଲକଡାଉନ ହେବା ପରେ ସେ ଘରକୁ ଫେରିନପାରି ସେଠାରେ ଅଟକି ରହିଥିଲେ ।
କିଛି ଦିନ ପୂର୍ବରୁ ସେ ଜ୍ୱରରେ ପୀଡିତ ହୋଇ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା, ଯାହା ପଜିଟିଭ ବାହାରିଥିଲା ।
ତେବେ ଚିକିତ୍ସାଧୀନ ଅବସ୍ଥାରେ ନରେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ପଞ୍ଜାବୀ ବାଗ ସିଏନଜି କ୍ରିମାଟୋରିୟମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ସୁତ୍ରରୁ ପ୍ରକାଶ ।
Comments are closed.