ନାଗପୁର:ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମୁକାବିଲାରେ ଓଡିଶା ଆଗରେ ବିଦର୍ଭ ୩୪୫ ରନର ବିଜୟ ଏକ୍ଷ୍ୟ ରଖିଛି । ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଓଡିଶା କୌଣସି ୱିକେଟ ନ ହରାଇ ୪୪ ରନ ସଂଗ୍ରହ କରି ନେଇଛି । ସ୍ୱସ୍ତିକ ସାମଲ ୨୫ ଓ ଗୌରବ ଚୌଧୁରୀ ୧୭ ରନ କରି ଅପରାଜିତ ଅଛନ୍ତି । ଅନ୍ତିମ ଦିବସରେ ଓଡିଶାକୁ ବିଜୟ ପାଇଁ ୩୦୧ ରନର ଆବଶ୍ୟକତା ରହିଛି । ପୂର୍ବରୁ ବିଦର୍ଭ ପ୍ରଥମ ଇନିଂସରେ ୨୮୬ ରନ କରିଥିଲା । ଜବାବରେ ଓଡିଶା ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଶୁଭ୍ରାଂଶୁ ସେନାପତି ସର୍ବାଧିକ ୪୧ ରନ କରିଥିଲେ । ପାର୍ଥ ରେଖାଡେ ୩ଟି ଓ ଗୌରବ ଫାର୍ଦ୍ଦେ ୪ଟି ୱିକେଟ ଅକ୍ତିଆର କରିଥିଲେ ।
ବିଦର୍ଭ ଦ୍ୱିତୀୟ ଇନିଂସରେ ୨ ୱିକେଟ ବିନିମୟରେ ୨୧୮ ରନ କରି ଇନିଂସ ଘୋଷଣା କରିଥିଲା । ଅମନ ମୋଖାଡେ(୧୦୧ ନଟଆଉଟ) ଓ ଧ୍ରୁବ ଶୋରେ(୧୦୧) ଶତକ ହାସଲ କରିଥିଲେ । ଓଡିଶା ପକ୍ଷରୁ ବାଦଲ ବିଶ୍ୱାଳ ୨ଟି ଯାକ ୱିକେଟ ଅକ୍ତିଆର କରିଥିଲେ । ଦ୍ୱିତୀୟ ଦିବସ ତୁଳନାରେ ସୋମବାର ପିଚରେ ଖେଳିବା ସହଜ ମନେ ହେଉଥିଲା । ତେବେ ଅନ୍ତିମ ଦିବସରେ ପିଚର ସ୍ଥିତି ଓ ବିଦର୍ଭ ବୋଲିଂ ଆଗରେ ଓଡିଶାର ଭାଗ୍ୟ ନିର୍ଭର କରୁଛି ।
Comments are closed.