Latest Odisha News

BREAKING NEWS

‘ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର’

ରାୟଗଡ଼ା: ଆଉ କିଛି ଦିନ ପରେ ହେବ ସାଧାରଣ ନିର୍ବାଚନ । ନିର୍ବାଚନକୁ ନେଇ ଗାଁ ଠାରୁ ସହର ସବୁଠି ନିର୍ବାଚନ ତାତି । ଗୁଣୁପୁର ନିର୍ବାଚନ ମଣ୍ଡଳୀର ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ସମସ୍ତ ଦଳର ପ୍ରାର୍ଥୀ ଆଉ ନେତା ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇ ପଡିଛନ୍ତି । ତେବେ ରାୟଗଡା ଜିଲ୍ଲାର ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ଵରେ କୋରାପୁଟ ଲୋକସଭା ପ୍ରାର୍ଥୀ କାଳି ରାମ ମାଝୀ ଏବଂ ଗୁଣୁପୁର ବିଧାନସଭା ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ପଦ୍ମପୁର ବ୍ଲକ୍‌ରେ ପ୍ରଥମ ମାରାଥନ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।

ସ୍ଥାନୀୟ ଟେମ୍ବାଗୁଡା ଆମ୍ବ ଫାର୍ମରେ ଉଭୟ ଲୋକସଭା ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଗୁଣୁପୁର ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୂତନ ଭାବେ ଦାୟିତ୍ୱ ନେଇଥିବା ଗୁଣୁପୁର ବିଧାନସଭା ପ୍ରଭାରୀ ଶିବାଜୀ ଦାସ ଏବଂ ଗୁଣୁପୁର ବିଧାନସଭା ଏବଂ କୋରାପୁଟ ଲୋକସଭା ସଂଯୋଜକ ପ୍ରମୋଦ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗୁଣୁପୁର ବିଧାନସଭା ସଂଯୋଜକ ପ୍ରମୋଦ କୁମାର ସାହୁ ଉପସ୍ଥିତ କର୍ମୀ ତଥା କାର୍ଯ୍ୟକର୍ତ୍ତାଙ୍କୁ ଡବଲ ଇଞ୍ଜିନ ସରକାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ହାତ ମୁଠାକୁ ଟାଣ କରି ଏବଂ ସୁସ୍ଥ ବିକଶିତ ଓଡିଶା ବିକଶିତ କୋରାପୁଟ ଏବଂ ଗୁଣୁପୁର ଗଠନ କରିବା ପାଇଁ କର୍ମୀଙ୍କୁ କହିବା ସହ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଦୁର୍ନୀତି ଉପରେ ବଖାଣି ଥିଲେ।

ଏହି ଅବସରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଆସନ୍ତା ନିର୍ବାଚନରେ ଜିଲ୍ଲାର ୩ ଗୋଟି ବିଧାନସଭା ଆସନ ଓ କୋରାପୁଟ ସାଂସାଦୀୟ କ୍ଷେତ୍ରରେ ଦଳର ନିର୍ବାଚନ ରଣନୀତି ନେଇ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟ ନେତୃତ୍ୱଙ୍କ ଗୁଡ୍ ବୁକରେ ରହି ଟିକେଟ ହାତେଇ ଥିବା ଗୁଣୁପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତ୍ରିନାଥ ଗମାଙ୍ଗ ଓ କୋରାପୁଟ ସାଂସାଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ କାଳି ରାମ ମାଝୀଙ୍କୁ ଜୟଯୁକ୍ତ କରିବା ପାଇଁ ସମସ୍ତ କର୍ମୀ ଏକ ହୋଇ କେନ୍ଦ୍ର ସରକାରଙ୍କ ବିକାଶକୁ ମୁଦ୍ଦା କରି ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାହନ ଦେଇଥିଲେ। ଏହି କର୍ମୀ ସମ୍ମିଳନୀରେ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଶତାଧିକ ନେତା ଓ ତୃଣମୂଳ ସ୍ତରର କର୍ମୀ ମାନେ ଯୋଗ ଦେଇଥିଲେ।

Comments are closed.