ଭୁବନେଶ୍ୱର: ଆଜି ଓଡ଼ିଆ ନବ ବର୍ଷ, ମହାବିଷୁବ ତଥା ପଣା ସଂକ୍ରାନ୍ତି । ଆଜିଠୁ ରାଜ୍ୟରେ ପ୍ରଚଳନ ହୁଏ ନୂତନ ପାଞ୍ଜି । ପଣା ସଂକ୍ରାନ୍ତି ସହ ମହାବୀର ଜୟନ୍ତୀ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ ।
ରାଜଧାନୀ ଭୁବନେଶ୍ୱରରେ ସର୍ବସାଧାରଣରେ ପଣା ବଣ୍ଟନ ଉପରେ ବିଏମସି କଟକଣା ଜାରି କରିଛି । ଏଥିସହ ମନ୍ଦିରରେ ଧାର୍ମିକ ରୀତିନୀତିକୁ କେବଳ ପୂଜକମାନେ କରିବେ, ଭକ୍ତଙ୍କୁ ବାରଣ କରାଯାଇଛି । କଟକଣା ଭିତରେ ପଣା ସଂକ୍ରାନ୍ତି ପାଳନ କରୁଛନ୍ତି ରାଜ୍ୟବାସୀ ।
ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଚୈତ୍ର ଦଣ୍ଡ ଆଜି ସରିବ । ଆଜି ଶ୍ରୀମନ୍ଦିରରେ ସକାଳଧୂପ ପରେ ପରମ୍ପରା ରୀତିନୀତିରେ ହନୁମାନ ଜୟନ୍ତୀ ପାଳନ ହେଉଛି । ଓଡ଼ିଆ ନବବର୍ଷ ଉପଲକ୍ଷେ ନୂଆ ପାଞ୍ଜି ମଧ୍ୟ ଆଜିଠାରୁ ପ୍ରଚଳନ ହେବ ।
Comments are closed.