Latest Odisha News

୭୦ ପ୍ରତିଶତ ସିଲାବସ୍‌କୁ ନେଇ ହେବ ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା; ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୦ରୁ ଆରମ୍ଭ ହେବ ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା। ଏଥିରେ ୭୦ ପ୍ରତିଶତ ସିଲାବସ୍‌କୁ ନେଇ ପରୀକ୍ଷା ଦେବେ ପିଲା। ଏହାସହ ଅଫଲାଇନ ମାଟ୍ରିକ ପରୀକ୍ଷା ଫଳାଫଳ ୧୫ ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ  କହିଛନ୍ତି ଯେ “ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ୧୫ ଦିନ ମଧ୍ୟରେ ଅଫଲାଇନ୍ ପରୀକ୍ଷାର ଫଳାଫଳ ଘୋଷଣା କରିବା ପାଇଁ ପଦକ୍ଷେପ ନେବ ଏବଂ ଛାତ୍ରଛାତ୍ରୀମାନେ ପ୍ଲସ୍-୨ ପାଠ୍ୟକ୍ରମରେ ଆଡମିଶନ କରିପାରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଟ୍ରିକ ପରୀକ୍ଷା ଜୁଲାଇ ୩୦ ରୁ ଆରମ୍ଭ ହୋଇ ଅଗଷ୍ଟ ୫ ରେ ଶେଷ ହେବ। ଏଥିରେ ୭୦ ପ୍ରତିଶତ ସିଲାବସ୍‌କୁ ନେଇ ପିଲା ପରୀକ୍ଷା ଦେବେ।

ଅଫଲାଇନ୍ ପରୀକ୍ଷା ଦେବାକୁ ଥିବା  ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଆବେଦନ କରି ସେ କହିଛନ୍ତି ଯେ ଏହି ସମୟରେ କୋଭିଡ୍‌ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରାଯିବ।

Leave A Reply

Your email address will not be published.