Latest Odisha News

BREAKING NEWS

ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌ ନିର୍ବାଚନ: ଜଗମୋହନ ସଭାପତି, ଅଭିଜିତ‌ ସମ୍ପାଦକ ନିର୍ବାଚିତ

କଟକ: ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ (ଓଓଏ)ର ସଭାପତି ଭାବରେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜଗମୋହନ ପଟ୍ଟନାୟକ । ସେହିପରି ଅଭିଜିତ୍‌ ପାଲ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ କମଳାକାନ୍ତ ପାଣ୍ଡେ, ପ୍ରତାପ ଶତପଥୀ, କିଶୋର କୁମାର ବିଶ୍ୱାଳ, ନଳିନୀ କୁମାର ଦାସ, ଅନୂପ କୁମାର ପାତ୍ର ଓ ଦୁଲାଲ ଚନ୍ଦ୍ର ପ୍ରଧାନ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ଯୁଗ୍ମ ସମ୍ପାଦକ ଭାବେ ଅଶୋକ କୁମାର ସାହୁ, ପ୍ରଭାତ କୁମାର ଭୋଳ ଏବଂ କୋଷାଧ୍ୟକ୍ଷ ଭାବେ ଅଧିପ ଦାସ ନିର୍ବାଚିତ ହୋଇଛନ୍ତି ।
କେବଳ କାଉନସିଲ ସଦସ୍ୟ ପଦକୁ ବାଦ୍ ଦେଇ ଅନ୍ୟ ସମସ୍ତ ପଦବୀରେ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସମସ୍ତେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

୧୧ କାଉନସିଲ ସଦସ୍ୟ ପାଇଁ ମୋଟ ୧୩ ଜଣ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ ନିର୍ବାଚିତ ହେବେ । ସନ୍ତା ୨୨ତାରିଖ ସାଢ଼େ ୪ଟା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ସମୟ ରହିଛି । ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର କାର୍ଯ୍ୟକାଳ ଗତବର୍ଷ ସେପ୍ଟେମ୍ବରରୁ ଶେଷ ହୋଇଥିଲା । ତେବେ କୋଭିଡ୍ ପାଇଁ ନିର୍ବାଚନକୁ ସ୍ଥଗିତ ରଖା ଯାଇଥିଲା।

Leave A Reply

Your email address will not be published.