Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ କସରତ: ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକ ଡାକିଛନ୍ତି । କୋଭିଡ୍ ସମୟରେ କିଭଳ୍ ହେବ ନିର୍ବାଚନ ସେନେଇ ରାଜ୍ୟର ସବୁ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ଆଲୋଚନା ଓ ମତାମତ ଲୋଡ଼ିବେ ରାଜ୍ୟ ନିର୍ବାଚନ କମିଶନର । ଭୁବନେଶ୍ୱର ତୋଷାଳି ଭବନ ସ୍ଥିତି ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ଦିନ ସାଢ଼େ ୧୧ଟାରେ ଏହି ବୈଠକ ବସିବ ।

କୋଭିଡ୍ କଟକଣାରେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ଭୋଟ୍ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ନେଇ ଗେଜେଟ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ଆଜିର ଆଲୋଚନା ପରେ ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରି ପାରନ୍ତି ରାଜ୍ୟ ନିର୍ବାଚନ କମିଶନର । ଏଥିସହ ପ୍ରଚାର, ରାଲି, ଶୋଭାଯାତ୍ରା ନେଇ କଣ ନିଷ୍ପତ୍ତି ଆସିବ ତାଉପରେ ନଜର ରହିବ ।

କୋଭିଡ୍ କଟକଣାରେ ୫ ରାଜ୍ୟ ବିଧାନସଭା ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ପଞ୍ଚାୟତ ଭୋଟ୍ ସମ୍ଭାବନା ଦୃଢ଼ ହୋଇଛି । କଟକଣା ଭିତରେ ମତଦାନ ଉପରେ ଫୋକସ କରାଯାଉଛି । ଏହି ହିସାବରେ ପ୍ରସ୍ତୁତି ଅଛନ୍ତି ବିଭିନ୍ନ ରାଜନୈତିକ ଦଳ ।

Leave A Reply

Your email address will not be published.