Latest Odisha News

BREAKING NEWS

ପଞ୍ଚାୟତ ଭୋଟ୍ କାଉଣ୍ଟିଂର ଶେଷ ଦିନ: କାହାକୁ ମିଳିଛି କେତେ ସିଟ୍ ଜାଣନ୍ତୁ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଆଜି ତୃତୀୟ ତଥା ଶେଷ ଦିନ । ଆଜି ୨୨୯ ଜିଲ୍ଲା ପରିଷଦ ଆସନରେ ଭୋଟ୍ ଗଣତି ଚାଲିଛି । ଗତକାଲି ଦ୍ୱିତୀୟ ଦିନରେ ୩୦୭ ଓ ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନରେ କାଉଣ୍ଟିଂ କରାଯାଇଥିଲା ।

ଦୁଇ ଦିନର ଗଣତିରେ ସବୁଠୁ ବାଜି ମାରିଛି ବିଜେଡି । ବିରୋଧୀ ଚିତ୍ ମାରିଛନ୍ତି । ଚାରିଆଡ଼େ ଖାଲି ଶଙ୍ଖ ନାଦ । ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ ଅଭିମୁଖେ ବଢୁଛି ବିଜେଡି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନରୁ ବିଜେଡି ୨୮୧ରେ ବିଜୟୀ ହୋଇଛି । ବିଜେପି ୧୫, କଂଗ୍ରେସ ୧୪ ଓ ଅନ୍ୟାନ୍ୟ ୪ଟିରେ ବିଜୟୀ ହୋଇଛନ୍ତି ।

ସେହିପରି ଗତକାଲି ଗଣତି କରାଯାଇଥିଲା ୩୦୬ ଜିଲ୍ଲା ପରିଷଦ ଆସନରୁ ୨୭୦ଟିର ଫଳାଫଳ ପ୍ରକାଶ ପାଇଛି । ଏଥିରୁ ବିଜେଡି ପ୍ରାର୍ଥୀ ୨୩୬ଟି ଆସନରେ ବିଜୟ ବାନା ଉଡ଼ାଇଛନ୍ତି । ବିଜେପି ୧୬ ଓ କଂଗ୍ରେସ ୧୫ଟି ସିଟରେ ବିଜୟୀ ହୋଇଛନ୍ତି । ଅନ୍ୟାାନ୍ୟଙ୍କ ଖାତାକୁ ଯାଇଛି ୩ଟି ଆସନ ।

ଚଳିତ ନିର୍ବାଚନରେ ୨୦୧୭ ଅପେକ୍ଷା ରେକର୍ଡ ଜିଲ୍ଲା ପରିଷଦ ଆସନ ହାତେଇଛି ବିଜେଡି । ଗତବର୍ଷ ୪୭୬ ଆସନ ପାଇଥିଲା । ପୂର୍ବରୁ ୨୦୧୨ରେ ସର୍ବାଧିକ ୬୫୧ ଜିଲ୍ଲା ପରିଷଦ ଜୋନ୍ କବଜା କରିଥିଲା ବିଜେଡି । ଏବର୍ଷ ଲ୍ୟାଣ୍ଡସ୍ଲାଇଡ୍ ଭିକ୍ଟ୍ରି ଅଭିମୁଖେ ଆଗକୁ ଆଗକୁ ବଢୁଛି । ସଫଳତାରେ ଦଳୀୟ ନେତା ଓ କର୍ମୀ ଉତ୍ସାହିତ ।

Comments are closed, but trackbacks and pingbacks are open.