Latest Odisha News

BREAKING NEWS

ଟିଟିଲାଗଡରେ କମ୍ପୁଛି ପ୍ରଚାର ମଇଦାନ, ଭୋଟରଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ

ଟିଟିଲାଗଡ : ପଞ୍ଚାୟତ ନିର୍ବାଚନୀ ପାଇଁ ଜମୁଛି ପ୍ରଚାର । ଚାରିଆଡେ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରୁଛି ଗାଡି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ୮ ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ଜୋରସୋରରେ ପ୍ରଚାର ଜାରି ରଖିଛନ୍ତି । ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ରେଜେନ୍ଦ୍ର ନାରାୟଣ ଦାସଙ୍କୁ ଆଠ ନମ୍ବର ଜୋନର ପ୍ରାର୍ଥୀ କରିଛି ।

ଏହି ଜୋନରେ ନିର୍ବାଚନର ମଙ୍ଗ ଧରିଛନ୍ତି ବିଜେପିର ବରିଷ୍ଠ ନେତା ମୁକେଶ ଜୈନଙ୍କ ସହ ଆଶିଷ ସାହୁ । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଆକୃଷ୍ଟ କରୁଛନ୍ତି ।ରାଜେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କୁ ପାଥେୟ କରିବା ସହ ମମିତା ହତ୍ୟା କାଣ୍ଡକୁ ମୁର୍ଦ୍ଦାଭାବରେ ରଖି ପ୍ରଚାର ଜାରି ରଖିଛନ୍ତି ।

ସେପଟେ ରାଜ୍ୟ ସରକାରଙ୍କ ବିରୋଧରେ କଡା ଆଭିମୁଖ୍ୟ ରଖି ବିଜେପି ପ୍ରଚାର କରୁଥିବା ବେଳେ ।ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ୮ ଗୋଟି ଆସରେ ବିଜେପି ବିଜୟ ଲାଭ କରିବ ବୋଲି ଆଶା ରଖିଛି ।ହେଲେ ଏଥର ଟିଟିଲାଗଡ ବ୍ଲକ ୮ ନମ୍ବର ଜୋନର ମଙ୍ଗ କିଏ ଧରିବ ଫଳାଫଳ ବାହାରିବା ପରେ ହିଁ ଜଣାପଡିବ

Comments are closed.