Latest Odisha News

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ମୟୂରଭଞ୍ଜ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି । ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ ।ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ମୟୂରଭଞ୍ଜ ଜିଲ୍ଲାରେ ୧୨୭୯ ବୁଥରେ ହେବ ମତଦାନ । କିଭଳି ଭାବରେ ସମସ୍ତ ବୁଥ ଗୁଡିକରେ ଶାନ୍ତିପୂର୍ଣ୍ଣ ମତଦାନ ହେବ ସେନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛିା ସମସ୍ତ ବୁଥରେ ପୋଲିସ ମୃତୟନ ହୋଇଗେଲେଣି ।

ଯେପରି ବିଶୃଙ୍ଖଳା ପରିସ୍ଥିତି ନଉପୁଜେ ସେନେଇ ସମସ୍ତ ବୁଥ ଗୁଡିକରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୭୦ରୁ ଉର୍ଦ୍ଦ ମୋବାଇଲ ୟୁନିଟ୍ ମତଦାନ କେନ୍ଦ୍ରରେ ମୃତୟନ ହେବେ । ନିର୍ବାଚନ ସୁପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ମାନେ ମଧ୍ୟ ବୁଥରେ ପହଁଞ୍ଚିଗଲେଣି । ହେଲେ ଚଳିତ ଥର ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ବୁଥ ଗୁଡିକରେ ହିଂସାକାଣ୍ଡ ହେଉଥିବା ବେଳେ । ମୟୂରଭଞ୍ଜରେ କିଭଳି ସେପରି ପରିସ୍ଥିତି ନହୁଏ ।ସେନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ କଡା ନଜର ରଖିଛନ୍ତି ।

Comments are closed.