ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଜନିତ ବିପଦକୁ ଦୃଷ୍ଟିରେ ରଖି ଏପ୍ରିଲ ପ୍ରଥମ ସପ୍ତାହରେ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଓଡିଶା ପର୍ବ ଅନିର୍ଦ୍ଦିଷ୍ଟ କାଳ ପାଇଁ
ସ୍ଥଗିତ ରହିଛି ।
ଏନେଇ ଆୟୋଜକ ଓଡିଆ ସମାଜ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୩ରୁ ୫ ତାରିଖ ଯାଏଁ ଦିଲ୍ଲୀର ଇଣ୍ଡିଆ ଗେଟ୍ ଲନରେ ଏହା ଆୟୋଜିତ ହେବାର କାର୍ଯ୍ୟକ୍ରମ
ରହିଥିଲା ।
ଓଡିଶାର ବିଭିନ୍ନ ଖାଦ୍ୟ, ହସ୍ତଶିଳ୍ପ, ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ବିଗତ କିଛି ବର୍ଷ ହେଲା ପ୍ରତିବର୍ଷ ଓଡିଶା ପର୍ବ ଅନୁଷ୍ଠିତ ହୋଇ ଆସୁଛି ।
ଦିଲ୍ଲୀରେ ରହୁଥିବା ଓଡିଆ ଓ ଅନ୍ୟ ରାଜ୍ୟର ଲୋକଙ୍କୁ ଓଡିଆ କଳା ସଂସ୍କୃତି ସମ୍ପର୍କରେ ଅବଗତ କରିବା ଲକ୍ଷ୍ୟ ନେଇ ଏହା ଆରମ୍ଭ ହୋଇଥିଲା ।
ଖୁବ୍ ଶୀଘ୍ର ନୂଆ ତାରିଖ ନେଇ ଘୋଷଣା କରାଯିବ ବୋଲି ଆୟୋଜଙ୍କ ପକ୍ଷରୁ ସୂଚନା ମିଳିଛି।
Comments are closed.