ଭୁବନେଶ୍ୱର:୧୯/୩/୨୩: ଝାରସୁଗୁଡାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ନେତା ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୋକ ବାର୍ତ୍ତା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି ” ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।”
ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ସେ କହିଛନ୍ତି ଯେ ଦୀର୍ଘଦିନ ଧରି ଯକୃତ ରୋଗରେ ପୀଡିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିରେନ୍ଦ୍ର ପାଣ୍ଡେଙ୍କର ଆଜି ବିୟୋଗ ହୋଇଛି। ଯାହା ମୋତେ ମର୍ମାହତ କରିବା ସହ ଦୁଃଖ ଦେଇଛି।
ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) March 19, 2023
ସ୍ୱର୍ଗତଃ ପାଣ୍ଡେ ଝରସୁଗୁଡ଼ାରୁ କଂଗ୍ରେସ ଦଳରୁ ତିନିଥର ବିଧାୟକ ହୋଇଥିଲେ। ସେ ଜଣେ ଲୋକପ୍ରିୟ ନେତା ଥିଲେ। ତାଙ୍କ ବିୟୋଗ ରାଜନୀତି କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ଶରତ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି। ଏଥିସହିତ ସ୍ୱର୍ଗତ ପାଣ୍ଡେଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣେଇବା ସହ ତାଙ୍କ ଅମର ଆତ୍ମାଙ୍କ ସଦଗତି କାମନା କରିଛନ୍ତି ଶରତ ପଟ୍ଟନାୟକ। ଏଭଳି ଦୁଃଖ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇଛନ୍ତି।
Deeply saddened to hear about the death of Shri. Birendra Pandey Ji, former MLA, Jharsuguda.
His contribution to public service will always be remembered.
My condolences to his family and friends.
— Sarat Patnaik (@SaratPatINC) March 19, 2023
ବୀରେନ୍ଦ୍ର ପାଣ୍ଡେଙ୍କ ବିୟୋଗରେ ଟ୍ୱିଟ୍ କରି ମଧ୍ୟ ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି। ଟ୍ୱିଟ୍ କରି ସେ ଲେଖିଛନ୍ତି “ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଶ୍ରୀ ବିରେନ୍ଦ୍ର ପାଣ୍ଡେ ଜୀଙ୍କର ବିୟୋଗ ଖବର ଶୁଣି ମୁଁ ଗଭୀର ଭାବେ ଦୁଃଖିତ। ଲୋକସେବା କ୍ଷେତ୍ରରେ ତାଙ୍କ ଯୋଗଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ। ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ମୁଁ ସମବେଦନା ଜଣାଉଛି।“
Comments are closed.