Latest Odisha News

BREAKING NEWS

ବଦଳିବେ ପିସିସି ସଭାପତି, ନୂଆ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର: ବଦଳିବେ ପିସିସି ସଭାପତି । ଦିନେ ଦୁଇ ଦିନ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟି ଏନେଇ ମନୋନୟନ ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂଚନା ରହିଛି । ତେଣୁ ପିସିସି ସଭାପତି ଆସନରେ କିଏ ବସିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ପ୍ରଦେଶ କଂଗ୍ରେସ ସଭାପତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ସୂଚନା ରହିଛି । ସ୍ୱାସ୍ଥ୍ୟଭଲ ରହୁନଥିବାରୁ ସେ ଆଉ ଏହି ପଦରେ ରହିବାକୁ ଚାହୁଁ ନାହାନ୍ତି ବୋଲି କହିଥିବା ସୂଚନା ରହିଛି । ଏହାପରେ ଦଳରେ ନୂଆ ସଭାପତି ପଦ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସୋନିଆ ଗ୍ରୀନ ସିଗନାଲ ଦେଇଥିବା ସୂଚନା ରହିଛି ।

BjdElectrycity

ନିକଟରେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକାଶ ପାଇଥିଲା। କଂଗ୍ରେସ ନିଜର ସ୍ଥିତି ହରାଇସାରିଛି । ଏହପରେ ରାଜ୍ୟ ନେତୃତ୍ୱ ପରିବର୍ତନ ପାଇଁ ଦାବି ହେଉଥିଲା । ନିକଟରେ ଜୟପୁର ବିଧାୟକ ତାହା ବାହିନୀ ପତି ମଧ୍ୟ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ରଖିବାକୁ ଯାଇ କହିଥିଲେ ପିସିସି ସଭାପତି ବିଧାୟକଙ୍କ ମଧ୍ୟରୁ କେହି ଜଣେ ହେବା ଦରକାର । ଏପରି କହି ସେ ନିଜ ପାଇଁ ଲବି କରିଥିବା କୁହାଯାଉଛି। ସେହିପରି ଏବେ କାର୍ଯ୍ୟକାରୀ ସଭାପତି ରହିଛନ୍ତି ଚିରଞ୍ଜୀବ ବିଶ୍ୱାଳ, ତାଙ୍କ ଭାଇ ତଥା ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ, ନିରଞ୍ଜନ ମିଶ୍ର, ବିଧାୟକ ମହମ୍ମଦ ମୋକିମ, ଗଣେଶ୍ୱର ବେହେରା, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ, ଭକ୍ତ ଚରଣ ଦାସ ଆଦିଙ୍କ ନାମ ଏହି ଆସନ ପାଇଁ  ରେସରେ ଥିବା ଚର୍ଚ୍ଚା ହେଉଛି।

ଦଳ ଏବେ ପିସିସି ସଭାପତି ବାଛିବା ପୂର୍ବରୁ କିଛି ଦିଗ ଉପରେ ଗୁରୁତ୍ୱ ଦେଉଥିବା ସୂଚନା ରହିଛି । ଯିଏ ଏହି ଆସନରେ ବସିବେ ତାଙ୍କର ପୂର୍ବରୁ ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ, ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ତାଙ୍କ ନେତୃତ୍ୱରେ ଫଳାଫଳ କଣ ହୋଇଛି, ଭାବମୂର୍ତି, କଂଗ୍ରେସ ସଦସ୍ୟ ଅଭିଯାନରେ କେତେ ଯୋଗଦାନ ରହିଛି ଆଦିକୁ ମାପଦଣ୍ଡ ଭାବେ ଦେଖାଯିବ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଏବେ ସାରା ଦେଶରେ ନିଜର ସ୍ଥିତି ସଜାଡିବାକୁ ଚାହିଁଛି । ପାଞ୍ଚ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ପରେ ଅନେକ ରାଜ୍ୟର ସଭାପତିଙ୍କଠୁ ଇସ୍ତଫା ପତ୍ର ମାଗିଦେଇଥିଲେ ସୋନିଆ । ଏହି ସମୟରେ ନିରଞ୍ଜନଙ୍କ ପାଖକୁ ମଧ୍ୟ ଇସ୍ତଫା ଦେବାକୁ କୁହାଯାଇଥିଲା। ହେଲେ ପୌର ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଟିକିଏ ଆଶ୍ୱସ୍ତି ଦେଇଥିଲା ଦିଲ୍ଲୀ କଂଗ୍ରେସ।

Leave A Reply

Your email address will not be published.