Latest Odisha News

BREAKING NEWS

ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଆଇଟିଏଫ ଜୁନିୟର ଟାଇଟଲ୍ ଜିତିଲେ କବୀର ହଂସ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଟେନିସ ଖେଳାଳି କବୀର ହଂସ ଓଡ଼ିଶା ଟେନିସ ଜଗତରେ ଇତିହାସ ରଚିଛନ୍ତି । ଆସାମର ଗୌହାଟୀଠାରେ ଚାଲିଥିବା ଆଇଟିଏଫ ବିଶ୍ୱ ଜୁନିୟର ର‌୍ୟାଙ୍କିଂ ଟେନିସ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ଟାଇଟଲ୍ ଜିତି ଏହି ଗୌରବ ଅର୍ଜନ କରିଛନ୍ତି କବୀର । ଏଥିସହିତ କବୀର ଏହି ଟୁର୍ଣ୍ଣାମେଣ୍ଟର ଡ଼ବଲ୍ସ ଟାଇଟଲ୍ ମଧ୍ୟ ଜିତିଛନ୍ତି ।

ସିଙ୍ଗଲ୍ସ ଫାଇନାଲରେ ସେ ହରିୟାଣାର କରନ ସିଂହଙ୍କୁ ୬-୦, ୬-୧ ସିଧାସଳଖ ସେଟରେ ପରାସ୍ତ କରିଛନ୍ତି । ସେହିପରି ଭାବେ କବୀର ଏବଂ ଧ୍ରୁବ ଟାଙ୍ଗ୍ରୀଙ୍କ ଯୋଡ଼ି ଡ଼ବଲ୍ସ ଫାଇନାଲରେ ମଧ୍ୟପ୍ରଦେଶର ଡ଼େନିମ ଯାଦବ ଓ ହରିୟାଣାର ସୁଶାନ୍ତ ଦବସଙ୍କ ଯୋଡ଼ିକୁ ୭-୫, ୦-୬ ଏବଂ ୧୦-୬ ସେଟରେ ପରାସ୍ତ କରି ଟାଇଟଲ୍ ହାସଲ କରିପାରିଛନ୍ତି ।

ସେ ଓଡ଼ିଶାର ପ୍ରଥମ ବାଳକ ଭାବେ ଏହି ଆଟିଏଫ ୱାର୍ଲଡ଼ ଜୁନିୟର ଟେନିସ୍ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କରିଛନ୍ତି ।

Comments are closed.