Latest Odisha News

BREAKING NEWS

+୨ରେ ନାମଲେଖା ପାଇଁ ଆଜି ବାହାରିବ ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ବର:  ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ। ଦିନ ସାଢ଼େ ୧୧ଟାରେ ସାମସ୍ ଓ୍ୱେବସାଇଟରେ ତାଲିକା ପ୍ରକାଶ ପାଇବ। ସେଠାରୁ ଛାତ୍ରଛାତ୍ରୀ ମେଧା ତାଲିକା ଦେଖିପାରିବେ। ମେରିଟ୍ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ଆସନ୍ତାକାଲିଠୁ ୨୧ ତାରିଖ ମଧ୍ୟରେ ଧାର୍ଯ୍ୟ କଲେଜରେ ନାମ ଲେଖାଇ ପାରିବେ।

ଏହାପରେ ଆସନ୍ତା ୨୭ରେ ବାହାରିବ ଦ୍ୱିତୀୟ କଟ୍ ଅଫ ମାର୍କ । ଏଥିପାଇଁ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ। ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବଳକା ସିଟ୍ ପାଇଁ ସ୍ପଟ ଆଡମିଶନ ହେବ। ଏଥିପାଇଁ ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ ମେରିଟ ଲିଷ୍ଟ । ୭ ତାରିଖ ସୁଦ୍ଧା ସରିବ ନାମଲେଖା।

ଚଳିତବର୍ଷ ମାଟ୍ରିକରେ ଅଧିକ ରହିଛି ପାସ୍ ହାର। ପାଖାପାଖି ୬ ଲକ୍ଷ ପିଲା ପାସ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ  କେତେକ କଲେଜରେ ସିଟ୍ ସଂଖ୍ୟା ବଢାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପାଖାପାଖି ୭୨ ହଜାର ସିଟ୍ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି ଗଣ ଶିକ୍ଷା ବିଭାଗ।

Leave A Reply

Your email address will not be published.