ମାଲକାନଗିରି: ଲାଲଗଡ଼ରେ ରାଜ୍ୟ ଗୁଇନ୍ଦା ବିଭାଗର ପୋଷ୍ଟର । ମାଓବାଦୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟର ଲଗାଯାଇଛି । ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ପୋଷ୍ଟର ଲଗାଇ ଜାରି କରାଯାଇଛି ଫୋନ୍ ନମ୍ବର । ପୂର୍ବରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଲାଲ୍ ବାହିନୀର ପୋଷ୍ଟର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ ସେହି ସ୍ଥାନରେ ଗୁଇନ୍ଦା ବିଭାଗ ପୋଷ୍ଟର ଦେଖିବାକୁ ମିଳିଛି ।
ସ୍ୱାଭିମାନ ଅଞ୍ଚଳର ସାରକୁବନ୍ଧ ଗାଁ ନିକଟରେ ପୋଷ୍ଟର ଲାଗିଛି । ଏଥିରେ ନକ୍ସଲପନ୍ଥୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ କୁହାଯାଇଛି । ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ସେମାନଙ୍କ ଉପରେ ଲାଗିଥିବା ସମସ୍ତ ଦୋଷକୁ କ୍ଷମା କରିବେ ସରକାର ।
ମାଗଣା ତାଲିମ, ଘର ଓ ରୋଜଗାର ପନ୍ଥା ଯୋଗାଇବା ସହ ସେମାନଙକ୍ ବିରୋଧରେ ଥିବା ମାମଲାକୁ ପ୍ରତ୍ୟାହର କରାଯିବ ବୋଲି ପୋଷ୍ଟରରେ ଲାଲବାହିନୀର କମ୍ରେଡଙ୍କୁ ଆହ୍ୱାନ ଦିଆଯାଇଛି । ସଙ୍ଗଠନରେ ସାମିଲ ଉଭୟ ପୁରୁଷ ଓ ମହିଳା ମାଓବାଦୀଙ୍କ ଉଦ୍ଦେଶ୍ୟରେ ଫୋନ୍ ନମ୍ବର ସହ ଏଭଳି ପୋଷ୍ଟର ଜାରି କରିଛି ରାଜ୍ୟ ଗୁଇନ୍ଦା ବିଭାଗ ।
ଗତକାଲି ପୋଲିସ ଡିଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ମାଓ ଦମନ ରଣନୀତିର ସମୀକ୍ଷା କରିଥଲେ । ଏହି ଅବସରରେ ପୋଲିସ ଡିଜିଙ୍କ ଉପସ୍ଥିତିରେ ଲାଲବାହିନୀ ଛାଡ଼ି ଆତ୍ମସମର୍ପଣ କରିଥିଲେ ଦୁଇ ଜଣ ହାର୍ଡକୋର ମାଓବାଦୀ । ଏହାପରେ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଷ୍ଟର ଯୋଗେ ଆହ୍ୱାନ କରାଯାଇଛି ।
Comments are closed.