Latest Odisha News

BREAKING NEWS

ସାଇକେଲ ଚଢ଼ି ସଂସଦରେ ପହଞ୍ଚିଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ତୈଳ ଓ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ଚଳିତ ଅଧିବେଶନ ତାତିବ । ପ୍ରଥମ ଦିନରୁ ତାର ଝଲକ ଦେଖିବାକୁ ମିଳିଛି । ଆଜି ସାଇକେଲ୍ ଚଢ଼ି ପାର୍ଲାମେଣ୍ଟ ପରିସରରେ ପହଞ୍ଚିଥିଲେ ତୃଣମୂଳ କଂଗ୍ରେସ ସାଂସଦ । ଝିପିଝିପି ବର୍ଷା ହେଉଥିବାରୁ ଗୋଟିଏ ହାତରେ ଛତା ଆଉ ଗୋଟିଏ ହାତରେ ସାଇକେଲ୍ ଚଳାଇ ପାର୍ଲାମେଣ୍ଟ ପରିସରରେ ଟିଏମସି ସାଂସଦ ପହଞ୍ଚିଥିଲେ ।

ସାଇକେଲ୍ ଆଗରେ ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ପୋଷ୍ଟର ମାଗିବା ସହ ଦେହରେ ବି ପିନ୍ଧିଥିଲେ । ସଂସଦ ଭବନ ପରିସରରେ ସେମାନେ ସରକାରୀ ବିରୋଧୀ ସ୍ଲୋଗାନ୍ ଦେଇତିଲେ । ୫ଟି ରାଜ୍ୟ ନିର୍ବାଚନ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି । ଏବେ ପେଟ୍ରୋଲ ଦାମ୍ ସେଞ୍ଚୁରୀ ପାର କରିଥିବା ବେଳେ ଡିଜେଲ୍ ସେଞ୍ଚୁରୀ ମୁହାଁ ହୋଇଛି । ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

Leave A Reply

Your email address will not be published.