Latest Odisha News

BREAKING NEWS

ଓଡ଼ିଶା ପୋଲିସ ବାଟାଲିୟନ ପଦୋନ୍ନତି ଉପରେ ହାଇକୋର୍ଟଙ୍କ ରୋକ୍

ଭୁବନେଶ୍ୱର: ବରିଷ୍ଠତା ନିୟମ ଉଲ୍ଲଂଘନ ଅଭିଯୋଗରେ କିଛି ଅଧିକାରୀଙ୍କ ଆବେଦନ ପରେ ଓଡ଼ିଶା ପୁଲିସ ବାଟାଲିୟନର ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରି ୨୦ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ।

ପଦୋନ୍ନତି ପ୍ରକ୍ରିୟାରେ ବରିଷ୍ଠତାକୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ଡେପୁଟି କମାଣ୍ଡାଣ୍ଟ ବିଭୂତି ଭୂଷଣ ମହାରଣା ଓ ଅନ୍ୟ ୫ ଜଣ ଅଧିକାରୀ ଏହି ପିଟିସନ୍ ଦାଖଲ କରିଥିଲେ। ଚାକିରିରେ ୪ ବର୍ଷ ତଳେ ଥିବା କିଛି କନିଷ୍ଠଙ୍କୁ ପଦୋନ୍ନତି ପାଇଁ ସୁପାରିସ କରାଯାଇଥିବା ବେଳେ ସେମାନଙ୍କୁ ବାଦ୍ ଦିଆଯାଇଛି। ନାମାଙ୍କନ ଚୂଡ଼ାନ୍ତ କରିବା ପାଇଁ ଡିପିସି ଏପର୍ଯ୍ୟନ୍ତ ବୈଠକର ତାରିଖ ସ୍ଥିର କରିନଥିଲା।

ପଦୋନ୍ନତିର ପ୍ରାଥମିକ ନାମାଙ୍କନ ପତ୍ର ପାଇ ଆବେଦନକାରୀମାନେ ଡିପିସି ଡାକିବା ପୂର୍ବରୁ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି କୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡିପିସି ଆୟୋଜନ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.