Latest Odisha News

BREAKING NEWS

ପୋଲିସ ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା, ୨ କୋଠା…

ଭୁବନେଶ୍ୱର: ରବିବାର ଦିନକଟକର CRRI ପୋଲିସ ଷ୍ଟେସନର ଇନସପେକ୍ଟର ଇନଚାର୍ଜ (ଆଇଆଇସି) ବିଜୟ କୁମାର ବାରିକଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ରବିବାର ଦିନ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସେ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ରାଜମହଲ ଛକରେ ୪୦୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡିଥିଲେ।

ତେବେ ତାଙ୍କର ଆୟ ବହିର୍ଭୁତ ସମ୍ପତି ନେଇ ଏକକାଳୀନ ଦୁଇଟି ସ୍ଥାନରେ ଚଢାଉ କରାଯାଇଥିଲା। ଭୁବନେଶ୍ୱରର ୟୁନିଟ୍-୧ ସ୍ଥିତ ସରକାରୀ କ୍ୱାର୍ଟର ଏବଂ ତାଙ୍କ କାର୍ଯ୍ୟାଳୟ ଚାମ୍ବରରେ ତଲାସ କରାଯାଇଥିଲା। ଭୁବନେଶ୍ୱରର ୟୁନିଟ୍-୧ରେ ଥିବା ସରକାରୀ କ୍ୱାର୍ଟରରୁ ୪,୯୬,୧୨୦ ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ଭୁବନେଶ୍ୱରର ଶିଶୁପାଳଗଡ଼ରେ ତିନି ମହଲା କୋଠା ଓ ତାଙ୍କ ଜନ୍ମସ୍ଥାନ ଡେରାବିସ୍, କେନ୍ଦ୍ରାପଡ଼ାରେ ନବନିର୍ମିତ ଦୁଇ ମହଲା କୋଠା ଜବତ କରାଯାଇଛି। ଏଥିସହିତ ମହଙ୍ଗା ହାତ ଘଣ୍ଟା ମଧ୍ୟ ଜବତ କରାଯାଇଛି।

ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯିବା ସହ ଏକ ମାମଲା ରୁଜୁ କରାଯାଇଛି। ଏଥିସହିତ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ତେବେ ସେ ସେପ୍ଟେମ୍ବର ୨୧, ୨୦୧୨ରେ ପୋଲିସ ସବଇନ୍ସପେକ୍ଟର ଭାବରେ ଚାକିରିରେ ନିଯୁକ୍ତି ପାଇଥିଲେ ଏବଂ ଜାନୁଆରୀ ୨୦୧୪ରୁ ଫେବୃଆରୀ ୨୦୧୯ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନାରେ ଏସଆଇ ପଦବୀରେ କାର୍ଯ୍ୟରତ ଥିଲେ। ମାର୍ଚ୍ଚ ୨୦୧୯ରେ ତାଙ୍କୁ ଭୁବନେଶ୍ୱରର ନୟାପାଲି ଥାନାରେ ଆଇଆଇସି ପଦବୀକୁ ପଦୋନ୍ନତି ଦିଆଯାଇଥିଲା।ପରେ ସେ ପୋଲିସ କମିଶନରେଟ୍ ଅଧୀନରେ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଆଇଆଇସି ଭାବରେ କାର୍ଯ୍ୟ କରିଥିଲେ। ସେହିପରି ଫେବୃଆରୀ ୨୦୨୪ ଠାରୁ ସେ କଟକର IIC, CRRI ଭାବରେ କାର୍ଯ୍ୟ କରୁଥିବା ନେଇ ଭିଜିଲାନ୍ସ ଅଧିକାରୀମାନେ କହିଛନ୍ତି।

 

Leave A Reply

Your email address will not be published.