Latest Odisha News

BREAKING NEWS

କଟକରେ ୬୨ ତମ ପୋଲିସ ସହିଦ ଦିବସ ପାଳିତ

କଟକ : ଆଜି ପୋଲିସ ସହିଦ ଦିବସ । କଟକ ବକ୍ସିବଜାର ସ୍ଥିତ ରାଜ୍ୟ ପୋଲିସ କାର୍ଯ୍ୟାଳୟରେ ପାଳିତ ହୋଇଛି ୬୨ ତମ ପୋଲିସ ସ୍କୁୃତି ଦିବସ। ଏହି ଉତ୍ସବରେ ଗତ ବର୍ଷ କୋଭିଡରେ ସହିଦ ହୋଇଥିବା ୨୨ ଜଣ ଏବଂ ୪ ଜଣ ଆଇନଶୃଙ୍ଖଳା ରକ୍ଷା କରି ସହିଦ ହୋଇଥିବା ପୋଲିସଙ୍କର ଅମର ଆତ୍ମାର ସତଗତି ପାଇଁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଉତ୍ସବରେ ପୋଲିସ ଡିଜି ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ।

ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଲିସ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ । ବିଭିନ୍ନ ବିଭାଗର ୩୭୭ ଜଣ ଶହୀଦ ଯବାନ ଓ ଅଧିକାରୀଙ୍କ ସ୍ମୃତିରେ ମାଲ୍ୟାର୍ପଣ କରିବା ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଥିଲେ।

 

ଉତ୍ସବରେ ପୋଲିସ ବ୍ୟାଣ୍ଡ ଦ୍ୱାରା ପ୍ରସ୍ତୁତ ସହିଦ ସ୍ମୃତି ସଂଗୀତ ସହ ଜାତୀୟ ସଙ୍ଗୀତ ମଧ୍ୟ ପରିବେଷିତ ହୋଇଥିଲା । ଉତ୍ସବରେ ସଶସ୍ତ୍ର ପୋଲିସ ସହିଦ ମାନଙ୍କ ଉଦ୍ଦେଶ୍ୟରେ ତୋପ ସଲାମୀ ଦିଆଯାଇଥିଲା । ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ମଧ୍ୟ ପାଠ କରିଥିଲେ ପୋଲିସ ଡିଜି ଶ୍ରୀ ଅଭୟ। ପ୍ରତ୍ୟକ ବର୍ଷ ଅକ୍ଟୋବର ୨୧ ତାରିଖରେ ସାରା ଦେଶରେ ପୋଲିସ ସହିଦ ଦିବସ ପାଳିତ ହେଉଛି ।

Leave A Reply

Your email address will not be published.