ଗଂଜାମ: କରୋନା ମୁକାବିଲା ପାଇଁ ପୋଲିସ ବାବୁଙ୍କ ନିଆରା ଉଦ୍ୟମ । ସାଇକେଲରେ ବୁଲି କଲେ ସଚେତନ । ଗଂଜାମ ଜିଲ୍ଲା ସୋରଡାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ସେଠାକାର ପୋଲିସ କର୍ମଚାରୀମାନେ ସାଇକେଲରେ ଗାଁ ସାରା ବୁଲି ଲୋକଙ୍କୁ କରୋନା ମୁକାବିଲା ପାଇଁ ସଚେତନ କରିଛନ୍ତି ।
#WATCH Odisha: Police personnel on cycles in Sorada, Ganjam Dist create awareness about Coronavirus and appeal to people to stay indoors and follow lockdown rules, to prevent the spread of the disease. (3.04)
Till now, there are total 20 confirmed cases of #Coronavirus in Odisha pic.twitter.com/UnlUWvWDEq— ANI (@ANI) April 4, 2020
ଗାଁ ଲୋକଙ୍କୁ ଘର ଭିତରେ ରହିବା ପାଇଁ ପୋଲିସ ବାବୁମାନେ ପରାମର୍ଶ ଦେଇଛନ୍ତି । ଏଥିସହ ସରକାରଙ୍କ ନିୟମକୁ ମାନିବା ପାଇଁ ଗାଁ ଲୋକଙ୍କୁ ଅନୁରୋଧ କରିଛନ୍ତି । କରୋନାକୁ ଘରକୁ ନିମନ୍ତ୍ରଣ କରନ୍ତୁ ନହିଁ, ନିଜ ପରିବାରକୁ ମୃତ୍ୟୁ ମୁଖକୁ ଟାଣନ୍ତୁ ନାହିଁ । ସରକାରଙ୍କ ଜାରି ହୋଇଥିବା ଗାଇଡ ଲାଇନ୍କୁ ମାନି ଚଳନ୍ତୁ ବୋଲି ଡାକବାଜି ଯନ୍ତ୍ର ସାହାଯ୍ୟରେ ପୋଲିସ ବାବୁମାନେ ଗାଁ ଲୋକଙ୍କୁ ସଚେତନ କରାଇଛନ୍ତି ।
Comments are closed.