Latest Odisha News

BREAKING NEWS

କରୋନା ମୁକାବିଲା: ସାଇକେଲରେ ବୁଲି ସଚେତନ କଲା ପୋଲିସ

ଗଂଜାମ: କରୋନା ମୁକାବିଲା ପାଇଁ ପୋଲିସ ବାବୁଙ୍କ ନିଆରା ଉଦ୍ୟମ । ସାଇକେଲରେ ବୁଲି କଲେ ସଚେତନ  । ଗଂଜାମ ଜିଲ୍ଲା ସୋରଡାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ସେଠାକାର ପୋଲିସ କର୍ମଚାରୀମାନେ ସାଇକେଲରେ ଗାଁ ସାରା ବୁଲି ଲୋକଙ୍କୁ କରୋନା ମୁକାବିଲା ପାଇଁ ସଚେତନ କରିଛନ୍ତି ।

ଗାଁ ଲୋକଙ୍କୁ ଘର ଭିତରେ ରହିବା ପାଇଁ ପୋଲିସ ବାବୁମାନେ ପରାମର୍ଶ ଦେଇଛନ୍ତି । ଏଥିସହ ସରକାରଙ୍କ ନିୟମକୁ ମାନିବା ପାଇଁ ଗାଁ ଲୋକଙ୍କୁ ଅନୁରୋଧ କରିଛନ୍ତି । କରୋନାକୁ ଘରକୁ ନିମନ୍ତ୍ରଣ କରନ୍ତୁ ନହିଁ, ନିଜ ପରିବାରକୁ ମୃତ୍ୟୁ ମୁଖକୁ ଟାଣନ୍ତୁ ନାହିଁ । ସରକାରଙ୍କ ଜାରି ହୋଇଥିବା ଗାଇଡ ଲାଇନ୍‌କୁ ମାନି ଚଳନ୍ତୁ ବୋଲି ଡାକବାଜି ଯନ୍ତ୍ର ସାହାଯ୍ୟରେ ପୋଲିସ ବାବୁମାନେ ଗାଁ ଲୋକଙ୍କୁ ସଚେତନ କରାଇଛନ୍ତି ।

Leave A Reply

Your email address will not be published.