Latest Odisha News

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରେ ଧର୍ମଘଟ ଡାକରା ଦେଲା ବସ ମାଲିକ ସଂଘ

ଭୁବନେଶ୍ୱର: ଅଲଓଡ଼ିଶା ବସ ମାଲିକ ସଂଘ ଅକ୍ଟୋବର ୧୦ରୁ ଅନିର୍ଦଷ୍ଟକାଳ ପାଇଁ ଧର୍ମଘଟ କରିବେ ବୋଲି ବୁଧବାର ଚେତାବନୀ ଦେଇଛି । ସରକାରଙ୍କ ଲକ୍ଷ୍ମୀ (LAccMI) ଯୋଜନାକୁ ବିରୋଧ କରି ବସ ମାଲିକ ସଂଘ ସାରା ରାଜ୍ୟରେ ଏହି ଆନ୍ଦୋଳନ ଡାକରା ଦେଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ବସ ମାଲିକ ସଂଘ ବୈଠକରେ ଏ ସମ୍ପର୍କରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଅକ୍ଟୋବର ୨ ତାରିଖରେ ଲକ୍ଷ୍ମୀ ଯୋଜନା ମାଲକାନଗିରିରେ କାର୍ଯ୍ୟକାରୀ ହେବ । ତେଣୁ ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ଦିନ ଚକା ବନ୍ଦ ରହିବ । କୋରାପୁଟ, ମାଲକାନଗିରି, ଜୟପୁର, ନବରଙ୍ଗପୁର ଜିଲ୍ଲାରେ ଏହି ଦିନ ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ସୂଚନାଥାଉ କି, ଏହାପୂର୍ବରୁ ଆସୋସିଏସନ କର୍ମକର୍ତ୍ତା ଏ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଯଦି ସମାଧାନର ରାସ୍ତା ନବାହାରେ ତେବେ ଧର୍ମଘଟକୁ ଓହ୍ଲାଇବ ବୋଲି କହିଛି ସଂଘ  ।

ସୂଚନାଥାଉ କି, ରାଜ୍ୟ ସରକାର ପଞ୍ଚାୟତ ସ୍ତରରୁ ରାଜଧାନୀକୁ ଯୋଡିବା ପାଇଁ ନିରନ୍ତର ପରିବହନ ସେବା ଯୋଗାଇ ଦେବା ନିମନ୍ତେ ଏହି ଯୋଜନା ଆଣିଛନ୍ତି । ଏଥିପାଇଁ ଅତିରିକ୍ତ ବଜେଟରେ ୫୫୬କୋଟି ଟଙ୍କା ଅନୁମୋଦନ କରାଯାଇଛି ।

Comments are closed.