Latest Odisha News

BREAKING NEWS

ଓଡିଶା ପ୍ରୋ ଟି୨୦ ଲିଗ: ବ୍ରେଟ ଲୀ, ଦେବାଶିଷ ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର: ଓଡିଶା ପ୍ରୋ ଟି୨୦ ଲିଗ କ୍ରିକେଟ ପାଇଁ ଓସିଏ ବ୍ରାଣ୍ଡ ଆମ୍ବାସଡରଙ୍କ ନାମ ଘୋଷଣା କରିଛି । ରବିବାର ଅଷ୍ଟ୍ରେଲିଆର ପୂର୍ବତନ ମହାନ ପେସ ବୋଲର ବ୍ରେଟ ଲୀ ଏବଂ ଓଡିଶା ତଥା ଭାରତର ପୂର୍ବତନ ବୋଲର ଦେବାଶିଷ ମହାନ୍ତି ଏହି ଲିଗର ବ୍ରାଣ୍ଡ ଆମ୍ବାସଡର ହେବେ ବୋଲି ଓସିଏ ପକ୍ଷରୁ ଘୋଷଣା କରାଯାଇଛି । ଫ୍ରାଂଚାଇଜ ଭିତିକ ଏହି ଲିଗ ସେପ୍ଟମ୍ବର ୧୫ରୁ ୨୪ ପର୍ଯ୍ୟନ୍ତ ଆୟୋଜିତ ହେବ । ୬ଟି ଫ୍ରାଂଚାଇଜ ଟିମରେ କେବଳ ଓଡିଆ ଖେଳାଳି ସାମିଲ ହେବେ । ୭ରୁ ୧୩ ସେପ୍ଟମ୍ବର ପର୍ଯ୍ୟନ୍ତ ଓସିଏ ୱେବସାଇଟରେ ଏଥିନେଇ ଖେଳାଳିମାନେ ଆବେଦନ କରିପାରିବେ ।

ଉଦୀୟମାନ ଖେଳାଳିଙ୍କୁ ସମ୍ମୁଖକୁ ଆଣିବାରେ ଏହି ଲିଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଓସିଏ ସେକ୍ରେଟାରୀ ସଞ୍ଜୟ ବେହେରା କହିଛନ୍ତି । ଓସିଏ ଆରିଭା ସ୍ପୋର୍ଟ୍ସ ସହ ମିଶି ଏହାକୁ ଆୟୋଜନ କରିବ । ଷ୍ଟାର ସ୍ପୋର୍ଟ୍ସ ଓ ଫ୍ୟାନକୋଡ(ଓଟିଟି)ରେ ଏହାର ସିଧା ପ୍ରସାରଣ ହେବ । ଶୁଭ୍ରାଂଶୁ ସେନାପତି, ସ୍ୱସ୍ତିକ ସାମଲ, ଗୋବିନ୍ଦ ପୋଦ୍ଦାର, ସନ୍ଦୀପ ପଟ୍ଟନାୟକ, ଆଶୀର୍ବାଦ ସ୍ୱାଇଁ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମାର୍କ୍ୟୁ ଖେଳାଳି ଭାବେ ଚୟନ କରାଯାଇଛି ।

Comments are closed.