Latest Odisha News

BREAKING NEWS

ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ’ ପ୍ୟାରେଡ୍ ଉତ୍ସବ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖ ୨୦୨୦ରେ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ’ ପ୍ୟାରେଡ୍ ଉତ୍ସବ ।

‘ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ’ର ସ୍ଥାନ ଅପରିବର୍ତ୍ତିତ ରହିବା ସହିତ ପୂର୍ବ ଭଳି ଏହା ପାଳିତ ହେବ ବୋଲି ଶୁକ୍ରବାର ଦିନ ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା, ଟ୍ୱିନସିଟି ପୋଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ତଥା ଆଇଜିପି (ପର୍ସୋନେଲ୍) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିଲେ ।

ଏଠାରେ ସୂଚନାଯୋଗ୍ୟ, ଚଳିତବର୍ଷ ସ୍ୱାଧୀନତା ଦିବସ ଉତ୍ସବ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆଠାରେ ପାଳିତ ହୋଇଥିଲା ।

Leave A Reply

Your email address will not be published.