ନୂଆଦିଲ୍ଲୀ: ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ସାରା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ପ୍ରଜା ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ଓଡ଼ିଶା ୧୦୦ ମାର୍କରୁ ୫୬.୮୬ ପ୍ରତିଶତ ମାର୍କ ପାଇ ପ୍ରଥମ ସ୍ଥାନରେ ରହିଛି । ରାଜଧାନୀ ଦିଲ୍ଲୀ ଓ ୨୮ ରାଜ୍ୟର ୪୦ ସହରରେ ଏହି ସର୍ଭେ ହୋଇଥିଲା ।
ଓଡ଼ିଶା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର । ମିଳିଛି ୫୫.୧୫ ମାର୍କ । ସେହିପରି ୫୫.୧୫ ମାର୍କ ସହ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି । କେରଳ, ମଧ୍ୟପ୍ରଦେଶ ଟପ୍ ଫାଇଭରେ ଅଛନ୍ତି । ସବା ଶେଷରେ ରହିଛି ନାଗାଲାଣ୍ଡ ।
ଆଞ୍ଚଳିକ ଅର୍ବାନ ପ୍ଲାନିଂ, ରାସ୍ତାଘାଟ, ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି, ପାନୀୟ ଜଳ, ଅଗ୍ନିଶମ ବ୍ୟବସ୍ଥା, ସହରାଞ୍ଚଳ ବନୀକରଣ ଭଳି ବିଭିନ୍ନ ପାରାମିଟରରେ ସର୍ଭେ କରାଯାଇଥିଲା ।
Comments are closed.