ଭୁବନେଶ୍ୱର: ପଶ୍ଚିମବଙ୍ଗ ପୋଲିସ ଅକ୍ଟୋବର ୧୦ରେ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଗଣଦୁଷ୍କର୍ମ ଶିକାର ହୋଇଥିବା ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ ପାଇଁ ଏକ ଟେଷ୍ଟ ଆଇଡେଣ୍ଟିଫିକେସନ୍ (ଟିଆଇ) ପରେଡ୍ କରିବା ପାଇଁ କୋର୍ଟର ଅନୁମୋଦନ ଲୋଡ଼ିବ।
ସେପଟେ ମମତା ବାନାର୍ଜୀଙ୍କୁ ଭୁଲ ମାଗି ପୀଡ଼ିତାଙ୍କ ବାପା ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ମୋ ପାଇଁ ମମତା ବାନାର୍ଜୀ ଜଣେ ମାତୃ ତୁଲ୍ୟ ବ୍ୟକ୍ତି। ଯଦି ମୁଁ କିଛି ଭୁଲ କହିଥାଏ, ତେବେ ମୁଁ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛି। କିନ୍ତୁ ମୁଁ ତାଙ୍କୁ ମୋ ଝିଅକୁ ନ୍ୟାୟ ପାଇବାରେ ସାହାଯ୍ୟ କରିବାକୁ ଅନୁରୋଧ କରୁଛି।
ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପାଇଁ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ତାଙ୍କ ଝିଅର ଜୀବନ। “ମୁଁ ଯଥାଶୀଘ୍ର ବଙ୍ଗଳା ଛାଡିଦେବି ଏବଂ ଦୋଷୀଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିବି।
ସୂଚନା ଅନୁଯାୟୀ, ଉକ୍ତ ରାତିରେ କ୍ୟାମ୍ପସ୍ ବାହାରେ ରାତ୍ରୀଭୋଜନ ପାଇଁ ତାଙ୍କ ସହିତ ଥିବା ପୁରୁଷ ବନ୍ଧୁ ସମେତ ଛଅ ଜଣଙ୍କୁ ପୋଲିସ ପକ୍ଷରୁ ଗିରଫ କରାଯାଇଛି। ସହପାଠୀ ୱାସିଫ୍ ଅଲି ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ।
ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଓଡ଼ିଶା ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପ୍ରକୃତ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ଟିଆଇ ପରେଡ୍ ପାଇଁ ଦାବି କରିଥିଲେ। କାରଣ ପୋଲିସ ଦ୍ୱାରା ଗିରଫ ହୋଇଥିବା ଲୋକମାନେ ପ୍ରକୃତ ଅପରାଧୀ କି ସେମାନଙ୍କୁ ଫସା ଯାଉଛି ସେନେଇ ସନ୍ଦେହ ଉପୁଜିଛି।
Comments are closed.