Latest Odisha News

ବ୍ୟାଡମିଂଟନର ପ୍ରାଣକେନ୍ଦ୍ର ସାଜିବାକୁ ଯାଉଛି ଭୁବନେଶ୍ୱର

ଭୁବନେଶ୍ୱର: ହକି ପରେ ଏବେ ଭୁବନେଶ୍ୱର ବ୍ୟାଡମିଂଟନର ପ୍ରାଣକେନ୍ଦ୍ର ସାଜିବାକୁ ଯାଉଛି । କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଂଟନ ହାଇ ପର୍ଫମାନ୍ସ ସେଂଟରର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପଂହଚିଛି । ଖୁବ ଶୀଘ୍ର ଏହାର ଉଦଘାଟନ ହେବ । ୨୮.୪୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଏଚପିସି ବେଶ ଆକର୍ଷଣୀୟ ହୋଇଛି । ଶଟଲକକ ଆକୃତିର ଏହି ସେଂଟରକୁ ଡାଲମିଆ ଭାରତ ଗ୍ରୁପ ନିର୍ମାଣ କରୁଛି ।

୩.୦୪ ଏକରରେ ୫୫ କୋଟି ବ୍ୟୟରେ ଏହା ନିର୍ମିତ ହେଉଛି । ଏଥିରେ ୮ଟି ବ୍ୟାଡମିଂଟନ କୋର୍ଟ ରହିଛି । ୫୦୦ ସିଟ ଦର୍ଶକ କ୍ଷମତା ସହିତ କାଫେଟେରିଆ, ଜିମ୍ନାସିୟମ, ଗେଷ୍ଟ ରୁମର ସୁବିଧା ରହିଛି । ଜାତୀୟ ଓ ଆନ୍ତର୍ଜାତୀୟ ମୁକାବିଲାକୁ ଆଖି ଆଗରେ ରଖାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲେ । ସେ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଂଟନ ଫେଡେରେଶନ ଓ ଡାଲମିଆ ଭାରତ ସହ ୨୦୧୮ରେ ଏହି ପ୍ରୋଜେକ୍ଟକୁ ସବୁଜ ସଙ୍କେତ ଦେଇଥିଲେ । ୨୦୧୯ରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି ସେଂଟରକୁ ଏ ଭଳି ଭାବେ ପ୍ରସ୍ତୁତ କରାଯାଇଛି ଯେ ଉପରେ ପବନର ଚଳ ପ୍ରଚଳ ହୋଇପାରୁଥିଲେ ମଧ୍ୟ ତଳେ ଏହାର ପ୍ରଭାବ କିଛି ପଡିବ ନାହିଁ । ଯାହା ଫଳରେ ଖେଳିବା ବେଳେ କୌଣସି ଅସୁବିଧା ହେବନି । ଶଟଲକକ ଆକୃତିର ଏହି ସେଂଟରର ଆଲୋକୀକରଣ ଏପରି କରାଯାଇଛି ଯେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବ ବୋଲି ଆଶା କରାଯାଉଛି ।

Comments are closed.