Latest Odisha News

BREAKING NEWS

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୭୬୭ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ବଲାଙ୍ଗିରରୁ ୧, ଭୁବନେଶ୍ୱରରୁ ୪, କଟକରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧, ମୟୁରଭଞ୍ଜରୁ ୨, ପୁରୀରୁ ୩ ଓ ରାୟଗଡା ଜିଲ୍ଲାରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…

୧. ଅନୁଗୁଳ ଜିଲ୍ଲାରୁ ଜଣେ ୬୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୨. ବଲାଙ୍ଗୀରର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩. ଭୁବନେଶ୍ୱରର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୪. ଭୁବନେଶ୍ୱରର ଜଣେ ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗ, ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୫. ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି କିଡନୀ ରୋଗରେ ପୀଡିତ ଥିଲେ।

୬. ଭୁବନେଶ୍ୱରର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୭. କଟକ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କା ମହିଳା ରହିଛନ୍ତି। ଯିଏକି ମଧୁମେହ ଏବଂ କିଡନୀ ରୋଗରେ ପୀଡିତ ଥିଲେ।

୮. କନ୍ଧମାଳ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯. କେନ୍ଦ୍ରାପଡା ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୦. ମୟୂରଭଞ୍ଜ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା ରହିଛନ୍ତି।

୧୧. ମୟୂରଭଞ୍ଜ ଜିଲ୍ଲାର ଜଣେ ୫୯ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୨. ପୁରୀ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ରହିଛନ୍ତି। ଯିଏକି ମଧୁମେହରେ ପୀଡିତ ଥିଲେ।

୧୩. ପୁରୀ ଜିଲ୍ଲାର ଜଣେ ୮୪ ବର୍ଷ ବୟସ୍କ ପୁରୁଷ ରହିଛନ୍ତି। ଯିଏକି ଉଚ୍ଚ ରକ୍ତଚାପ ପୀଡିତ ଥିଲେ।

୧୪. ପୁରୀ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି।

୧୫. ରାୟଗଡା ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କା ମହିଳା ରହିଛନ୍ତି।

 

Leave A Reply

Your email address will not be published.