Latest Odisha News

BREAKING NEWS

ଓଡିଶାରେ ରେକର୍ଡ ସଂଖ୍ୟକ ୨୫୪୬ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁସ୍ଥ ହୋଇଥିବା ୨୫୪୬ ଜଣଙ୍କ ମଧ୍ୟରୁ ୬୨୭ ଜଣ ଖୋର୍ଦ୍ଧାରୁ, ୨୬୬ ଜଣ ଗଞ୍ଜାମ, ୧୪୩ ଜଣ ନୟାଗଡରୁ, ପୁରୀରୁ ୧୪୧, ରାୟଗଡାରୁ ୧୧୨, କୋରାପୁଟରୁ ୧୦୪, ଭଦ୍ରକରୁ ୯୯, ୯୮ ଜଣ କଟକ, ବୌଦ୍ଧରୁ ୮୭, ମାଲକାନଗିରିରୁ ୭୬, କେନ୍ଦ୍ରାପଡାରୁ ୭୪, କନ୍ଧମାଳ ଓ ସୁନ୍ଦରଗଡରୁ ୭୩ ଜଣ ଲେଖାଏଁ, କଳାହାଣ୍ଡିରୁ ୭୨, ବାଲେଶ୍ୱରରୁ ୬୩, କେନ୍ଦୁଝରରୁ ୩୭, ଅନୁଗୁଳରୁ ୩୨, ନବରଙ୍ଗପୁରରୁ ୪୪, ମୟୂରଭଞ୍ଜରୁ ୭୦, ୪୨ ଜଣ ଗଜପତି, ଯାଜପୁରରୁ ୪୦, ୩୨ ଜଣ ଜଗତସିଂହପୁର, ୩୨ ଜଣ ସମ୍ବଲପୁର, ବରଗଡରୁ ୨୯, ଢେଙ୍କାନାଳ ଓ ସୋନପୁରରୁ ୨୦ ଜଣ ଲେଖାଏଁ, ବଲାଙ୍ଗିରରୁ ୧୮, ଝାରସୁଗୁଡାରୁ ୧୭ ଏବଂ ଦେବଗଡରୁ ୫ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୮୪,୨୩୧ କରୋନା ମାମଲା ରହିଥିବା ବେଳେ ମୋଟ୍ ୫୯,୪୭୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୪୨୮ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.