ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୪୧୯ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କଟକରୁ ୧, ଗଞ୍ଜାମ ଜିଲ୍ଲାରୁ ୫, ନୟାଗଡରୁ ୧, ରାୟଗଡାରୁ ୧ ଓ ସୁନ୍ଦରଗଡରୁ ୨ ଜଣ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…
- କଟକରୁ ଜଣେ ୬୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
- ସୁନ୍ଦରଗଡରୁ ଜଣେ ୬୫ ଓ ୬୭ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମଧୁମେହ ଓ ଅନ୍ୟଜଣେ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
- ନୟାଗଡରୁ ଜଣେ ୬୫ ବର୍ଷ ବୟସ୍କ ରୋଗୀ ରହିଛନ୍ତି ।
- ରାୟଗଡାରୁ ଜଣେ ୫୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
- ଗଞ୍ଜାମରୁ ଜଣେ ୬୮ ବର୍ଷୀୟ ମହିଳା, ୭୦, ୬୦, ୬୩ ଏବଂ ଅନ୍ୟଜଣେ ୬୦ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି ।
Comments are closed.