Latest Odisha News

BREAKING NEWS

ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୪୧୯ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କଟକରୁ ୧, ଗଞ୍ଜାମ ଜିଲ୍ଲାରୁ ୫, ନୟାଗଡରୁ ୧, ରାୟଗଡାରୁ ୧ ଓ ସୁନ୍ଦରଗଡରୁ ୨ ଜଣ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…

  • କଟକରୁ ଜଣେ ୬୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
  • ସୁନ୍ଦରଗଡରୁ ଜଣେ ୬୫ ଓ ୬୭ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମଧୁମେହ ଓ ଅନ୍ୟଜଣେ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
  • ନୟାଗଡରୁ ଜଣେ ୬୫ ବର୍ଷ ବୟସ୍କ ରୋଗୀ ରହିଛନ୍ତି ।
  • ରାୟଗଡାରୁ ଜଣେ ୫୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
  • ଗଞ୍ଜାମରୁ ଜଣେ ୬୮ ବର୍ଷୀୟ ମହିଳା, ୭୦, ୬୦, ୬୩ ଏବଂ ଅନ୍ୟଜଣେ ୬୦ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି ।
Leave A Reply

Your email address will not be published.