Latest Odisha News

BREAKING NEWS

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୦୦ ଟପିଲା, ଆଜି ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୪୦୯ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବଲାଙ୍ଗିରରୁ ୧, କଟକରୁ ୨, ଗଜପତିରୁ ୧, ଗଞ୍ଜାମରୁ ୩, ନୟାଗଡରୁ ୧ ଏବଂ ରାୟଗଡାରୁ ୨ ଜଣ ରହିଛନ୍ତି ।

ବଲାଙ୍ଗିରରୁ ଜଣେ ୪୭ ବର୍ଷୀୟ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ରୋଗରେ ପିଡିତ ଥିଲେ ।

କଟକରୁ ଜଣେ ୮୭ ବର୍ଷୀୟ ମହିଳା ଓ ୭୫ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି । ଦୁହେଁ ଅନେକ ରୋଗରେ ପିଡିତ ଥିଲେ ।

ଗଜପତିରୁ ଜଣେ ୪୫ ବର୍ଷୀୟ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ରୋଗରେ ପିଡିତ ଥିଲେ ।

ଗଞ୍ଜାମରୁ ଜଣେ ୬୦, ୬୧ ଓ ୭୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।

ନୟାଗଡରୁ ଜଣେ ୫୮ ବର୍ଷୀୟ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ରୋଗରେ ପିଡିତ ଥିଲେ ।

ସେହିପରି ରାୟଗଡାରୁ ୫୬ ଓ ୪୫ ବର୍ଷ ବୟସ୍କ ଦୁଇ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.