Latest Odisha News

BREAKING NEWS

ଓଡ଼ିଶାରେ ହଜାରେକୁ ଖସିଲା ଦୈନିକ କରୋନା କେସ୍, ପଜିଟିଭ୍ ହାର ୧.୫୩%

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଦିନକରେ ସଂକ୍ରମିତଙ୍କ ସଂଖ୍ୟା ହଜାରେକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ହଜାର ୩୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୯୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୩୪ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ପଜିଟିଭ୍ ବାହାରିଥିବା ବେଳେ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୧୫୪ ଆକ୍ରାନ୍ତ । ବାକି ୨୮ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ୧୩ ଜିଲ୍ଲାରେ ୧୦ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

୨୪ ଘଣ୍ଟାରେ ରାଜ୍ୟରେ ୬୭ହଜାର ୧୩୧ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୫୩ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୭୯ହଜାର ୭୩୭କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୫୮ହଜାର ୬୦୧ । ଏବେ ରାଜ୍ୟରେ ୧୫ହଜାର ୫୦ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.