ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୧ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୧୬ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୨, ବଲାଙ୍ଗିରରୁ ୧, କଟକରୁ ୩, ଯାଜପୁରରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୧, ନୟାଗଡରୁ ୧ ଓ ରାୟଗଡାରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…
- ଭୁବନେଶ୍ୱରରୁ ଜଣେ ୩୦ ବର୍ଷ ବୟସ୍କ ଏବଂ ଆଉ ଜଣେ ୮୨ ବର୍ଷ ବୟସ୍କ ରହିଛନ୍ତି ।
- ବଲାଙ୍ଗିରରୁ ଜଣେ ୭୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।
- କଟକରୁ ଜଣେ ୬୬,୮୮ ଓ ୪୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
- ଯାଜପୁରରୁ ଜଣେ ୪୮ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ କିଡନୀ ସମସ୍ୟାରେ ପିଡିତ ଥିଲେ ।
- କନ୍ଧମାଳରୁ ଜଣେ ୬୪ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
- କେନ୍ଦୁଝରରୁ ଜଣେ ୭୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
- ନୟାଗଡରୁ ଜଣେ ୫୬ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।
- ରାୟଗଡାରୁ ଜଣେ ୬୩ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।
Comments are closed.